ଥାନା ପଛ ପଟେ ଥିବା ଏକ ପରିତ୍ୟକ୍ତ କୋଠା ଘରୁ ଉଦ୍ଧାର ହେଲା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ଶବ

ନୂଆପଡା,୩୦/୫: ସମଗ୍ର ଦେଶ ତଥା ରାଜ୍ୟରେ ଲକ ଡାଉନ ଚାଲୁ ଥିବା ବେଲେ ଆଜି ସକାଳେ ଏକ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର କରାଯାଇଛି ସଦର ବ୍ଲକ ଖରିଆର ରୋଡ ଏନଏସିର ଖରିଆର ରୋଡ଼ ଥାନା ପଛ ପଟେ ଥିବା ଏକ ପରିତ୍ୟକ୍ତ କୋଠା ଠାରେ ।

ଏହି ଖବର ଜାଣି ପାରି ଖରିଆର ରୋଡ ପୋଲିସ ଉକ୍ତ ଅଂଚଳ କୁ ସିଲ କରି ଶବଟିକୁ ଚିହ୍ନଟ କରିବାରେ ସଫଳ ହୋଇ ଥିଲା । ତେବେ ଉକ୍ତ ଅର୍ଦ୍ଧ ଦଗ୍ଧ ଶବଟି ପଡୋଶୀ ଛତିଶଗଡ଼ ରାଜ୍ୟ କୋମାଖନ ଥାନା ଅଞ୍ଚଳ ର ଉଜୁରୀ ଗାଁର ଦୀପକ ପାଣ୍ଡେ (୨୫)ଙ୍କ ଅଟେ । ସେ ଖରିଆର ରୋଡ ର ଏକ ଢ଼ାବା ରେ କାମ କରୁଥିଲେ. ଆଜି ସମୟ କାମ ଥିବା କାରଣ ରୁ ତାଙ୍କ ପୋଷ୍ଟ ମଟମ ହୋଇ ପାରିଲାନି ଓ ତାଙ୍କ ପରିବାର ଲୋକେ ମଧ୍ୟ ଆସି ପାରିଲେ ନାହିଁ । ଆସନ୍ତା କାଲି ତାଙ୍କ ପରିବାର ଲୋକେ ଆସିବେ ଓ ପୋଲିସ ଶବ ବ୍ୟବହାର ପରେ ପରିବାର ଲୋକ ଙ୍କୁ ଶବ ଟି କୁ ହସ୍ତାନ୍ତର କରିବ । ପୋଲିସ ଷ୍ଟେସନ ପଛ ପଟେ ଏଭଳି ଏକ ଘଟଣା ଘଟିବ ଆଶ୍ଚର୍ଯ୍ୟ ଜଣକ କିନ୍ତୁ ତଦନ୍ତ ଚାଲିଛି ଏହି ଘଟଣା ର ସତ୍ୟତା କଣ ଖୁବ ଶୀଘ୍ର ଜଣା ପଡି ଯିବ ବୋଲି ଖରିଆର ରୋଡ ଥାନା ଆଇ ଆଇ ସି ଅରବିନ୍ଦ ମୁଦୁଲି ସୂଚନା ଦେଇଛିନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.