ଚଢା ଦରରେ ବନଦୁର୍ଗା ଭାଙ୍ଗ ବିକ୍ରି ଅଭିଯୋଗ

କଳାହାଣ୍ଡି,୧/୬: ମେ’ ୩୧ ତାରିଖ ସାରା ପୃଥିବୀରେ ପାଳିତ ହୋଇଛି ‘ବିଶ୍ବ ତମାଖୁ ବର୍ଜନ ଦିବସ’ । ଏହି ଦିନ କେତେ ଜଣ ତମ୍ବାଖୁ ଛାଡିଲେ କେତେ ଜଣ ଯୋଡିହେଲେ ତା’ର ହିସାବ କାହା ପାଖରେ ନାହିଁ । କିନ୍ତୁ ଲକଡାଉନ ମଧ୍ୟରେ ତମ୍ବାଖୁ ଜାତୀୟ ଦ୍ରବ୍ୟର କଳା ବଜାରୀ ବିଷୟରେ ସମସ୍ତଙ୍କୁ ଭଲ ଭାବରେ ଜଣା । ତେବେ ଲକଡାଉନର ପ୍ରଥମ ପର୍ଯ୍ୟାୟରୁ ପଞ୍ଚମ ପର୍ଯ୍ୟାୟର ଆରମ୍ଭ ଭାଗ ପର୍ଯ୍ୟନ୍ତ ସମୟ ଅବଧିରେ କଳାହାଣ୍ଡି ଜିଲ୍ଲାରେ ମାଦକ ଦ୍ରବ୍ୟର ବ୍ୟବହାର ଥମିବା ପରିବର୍ତ୍ତେ ବଢିବାକୁ ଲାଗିଛି । ଲକଡାଉନ ଆରମ୍ଭ ହେବା ଠାରୁ ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଭାଙ୍ଗ ପ୍ୟାକେଟର ଦର ୧୬୦ ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ବଢି ଯାଇଥିଲା ଓ ଖୁଚୁରାରେ ୫ ଟଙ୍କାର ଭାଙ୍ଗ ୨୦ ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା । ତେବେ ଏସବୁ ଚୋରାରେ ହେଉଥିଲା । ଲକଡାଉନର କଟକଣା ସତ୍ତ୍ବେ ମଧ୍ୟ କଳାବଜାରୀ କରି ବ୍ୟବସାୟୀମାନେ ମାଲାମାଲ ହୋଇଥିଲେ । ଏବେ ମାର୍କେଟକୁ ଭାଙ୍ଗ ଆସିଯାଇଥିବା ସୁଣାଯାଉଛି ଅନ୍ୟପଟେ କଳାବଜାରୀ ଥମିବା ପରିବର୍ତ୍ତେ ବଢି ଯାଇଛି ।

୬୦/୬୫ ଟଙ୍କାର ବନଦୁର୍ଗା ଭାଙ୍ଗ ପ୍ୟାକେଟ ବିକ୍ରି ହେଉଛି ୧୨୦ ରୁ ୧୪୦ ଟଙ୍କାରେ !

ଲକଡାଉନର ଚତୁର୍ଥ ପର୍ଯ୍ୟାୟର ଶେଷ ଦିନ ଓ ପଞ୍ଚମ ପର୍ଯ୍ୟାୟର ଆରମ୍ଭ ଦିବସ ଅର୍ଥାତ ମେ’୩୧ ତାରିଖରେ ଓ ଜୁନ ୧ ତାରିଖରେ ନର୍ଲାରେ ବନଦୁର୍ଗା ପ୍ୟାକେଟ (୧୭ଟି ୫ଟଙ୍କିଆ ଛୋଟ ପ୍ୟାକେଟ) ୧୨୦ ରୁ ୧୪୦ ଟଙ୍କା, କେସିଙ୍ଗାରେ ୧୨୦ରୁ ୧୩୦ ଟଙ୍କା ଏବଂ ରୁପ୍ରାରୋଡରେ ୧୨୦ ଟଙ୍କା ଦରରେ ବିକ୍ରି ହୋଇଥିବା ଅଭିଯୋଗ କରିଛନ୍ତି ଛୋଟ ଦୋକାନୀ । ସେହିପରି ଜିଲ୍ଲାର ମ.ରାମପୁର, ଲାଞ୍ଜିଗଡ, କର୍ଲାମୁଣ୍ଡା ଆଦି ଅଞ୍ଚଳରେ ବନଦୁର୍ଗା ଭାଙ୍ଗର ଦର ଚଢା ରହିଥିବା ଖୁଚୁରା ଦୋକାନିମାନେ ପ୍ରକାଶ କରିଛନ୍ତି । ଲକଡାଉନ ପୂର୍ବରୁ ଏହି ଭାଙ୍ଗ ପ୍ୟାକେଟ (୧୭ଟି ଭାଙ୍ଗ) ୬୦/୬୫ ଟଙ୍କାରେ ବିକ୍ରି ହେଉଥିଲା । ତେବେ ଏବେ ମଧ୍ୟ ୫ ଟଙ୍କାର ଭାଙ୍ଗ ୧୦ ରୁ ୨୦ ଟଙ୍କା ଦେଇ ଖାଉଛନ୍ତି ଗ୍ରାହକ । ଏଠାରେ ପ୍ରଶ୍ନଉଠେ ଯେ, ଭାଙ୍ଗ ଦର ବଢାଉଚି କିଏ ? ଟବାକୋ ଫେକ୍ଟ୍ରି, ଡିଲର କି’ ବ୍ୟବସାୟୀ ? ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଳାହାଣ୍ଡିରୁ ନିରଞ୍ଜନ ଗୌଡ (ବୁଲୁ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.