ରାୟଗଡ ଜିଲ୍ଳାପାଳ କଲେ ସ୍ୱାଗତ
ରାୟଗଡ,୭/୬: ଦକ୍ଷିଣ ଭାରତରୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି ପ୍ରବାସୀ ଓଡିଆ ଶ୍ରିମକମାନେ । ରୋଜଗାର ପାଇଁଁ ଯାଇ ଲକଡାଉନରେ ଫଶି ରହିଯାଇଥିବା ପ୍ରବାସୀ ଓଡିଆ ଶ୍ରମିକମାନେ । ଏହି ମର୍ମରେ କେରଳ ରାଜ୍ୟର ଆପିପୁଜ୍ ଷ୍ଟେସନ ଠାରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ନମ୍ବର ୦୬୧୧୪ ଯୋଗେ ରାୟଗଡ ଜିଲ୍ଳାକୁ ୭୬ଜଣ, କୋରାପୁଟକୁ ୨୯୨, ନବରଙ୍ଗପୁର ୨୯୭, କନ୍ଧମାଳକୁ ୧୨୧, ଗଜପତିକୁ ୨୫, ଗଂଜାମକୁ ୧୮୪ଜଣ ଓ କଳାହାଣ୍ଡି ଜିଲ୍ଳାକୁ ୭୯ ସର୍ବମୋଟ ୧୦୭୪ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ରାୟଗଡ ରେଳ ଷ୍ଟେସନରେ ରବିବାର ଦିନ ଓହ୍ଳାଇଛନ୍ତି ।
ପ୍ରବାସୀ ଓଡିଆ ଶ୍ରମିକଙ୍କ ଆଗମନକୁ ଦେଖି ମହାମାରୀ କରୋନା ବ୍ୟାପିବା ଆଶଙ୍କାକୁ ନେଇ ପ୍ରତ୍ୟେକ ଥର ଭଳି ସହରବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରବିବାର ଭୋର ୫ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ରାୟଗଡ ରେଳ ଷ୍ଟେସନ ଅଂଚଳ ସମେତ ସ୍ଥାନୀୟ ଗଜପତି ଛକ ଠାରୁ ସାଇ ଇଂଟରନ୍ୟାସନାଲ ଛକ ପର୍ଯ୍ୟନ୍ତ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ ୧୪୪ଧାରା ଜାରି କରିଥିଲେ । ଏହି ସମୟରେ ଉକ୍ତ ଅଂଚଳରେ ୪ଜଣରୁ ଅଧିକା ଲୋକଙ୍କ ଯାତାୟାତ ସହ ଗାଡି ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା ।
ଶ୍ରମିକ ସ୍ପେଶାଲ ଟ୍ରେନରେ ରାୟଗଡ ଜିଲ୍ଳାର ବିଷମକଟକ ବ୍ଳକର ୬ଜଣ, ଚନ୍ଦ୍ରପୁରର ୬ଜଣ, କାଶିପୁରର ୩ଜଣ, କୋଲନରାର ୨ଜଣ, କଲ୍ୟାଣସିଙ୍ଗପୁର ଓ ଗୁଡାରି ବ୍ଳକ ଜଣେ ଲେଖାଁଏ, ରାୟଗଡର ୪ଜଣ ଓ ମୁନିଗୁଡା ବ୍ଳକର ୫୩ଜଣ ସର୍ବମୋଟ ୭୬ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ଓହ୍ଳାଇଥିଲେ ।
ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା, ପିିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳିପ କୁମାର ଦଳେଇ, ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ପୋଲିସ ସହ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ସ୍ୱାଗତ କରିଥିଲେ ।
ରାୟଗଡ ରେଳ ଷ୍ଟେସନରେ ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ସ୍କ୍ରିନିଂ କରାଯିବା ପରେ ହାତରେ ମୋହର ମରା ଯାଇଥିଲା । ଏଥିସହ ମାସ୍କ ଏବଂ ଖାଦ୍ୟ ପୁଡିଆ ବଂଟନ କରାଯାଇ କୋଭିଡ-୧୯ ଗାଇଡଲାଇନ ପ୍ରକାରେ କ୍ୱାରେନଟାଇନରେ ରହି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା ଏବଂ ସେମାନଙ୍କୁ ନେବା ପାଇଁ ଆସିଥିିବା ସଂପୃକ୍ତ ଜିଲ୍ଳା ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta