ପାଞ୍ଚ ବର୍ଷର ଶିଶୁକୁ ଭୁଲ ଇଞ୍ଜେକସନ୍ ଦେବା ପ୍ରସଙ୍ଗ : ଖଣ୍ଡନ କଲେ ମେଡିକାଲ ଅଫିସର

ବଡଭଉଣୀ ବଦଳରେ ସାନଭାଇକୁ ଇଞ୍ଜେକସନ୍ ଦେଇଥିବା ଆସିଥିଲା ଅଭିଯୋଗ : ପ୍ରକାଶ ପାଇଥିଲା ଉତ୍ତେଜନା

ଲାଞ୍ଜିଗଡ,୨୬/୬: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଷ୍ଟାଫନର୍ସ ବଡଭଉଣୀ ବଦଳରେ ସାନଭାଇକୁ ଇଞ୍ଜେକସନ୍ ଦେଇଥିବା ଅଭିଯୋଗ ହୋଇଥିଲା । ଜଣେ ୫ ବର୍ଷର ଶିଶୁକୁ ଏଭଳି ଭାବେ ଭୁଲ ଇଞ୍ଜେକସନ୍ ଯୋଗୁଁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୁଲିସର ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡିଥିଲା ।

Omkar Vasthu
Omkar Vasthu

ସୂଚନାମତେ, କୋରାପୁଟର ଛନ୍ଦ୍ରିକା ବିଦ୍ୟାକା(୨୫) ଓ ନାରାୟଣପାଟଣା ପ୍ରତାପ ଖୋସଲା(୫) (ଉଭୟ ସଂପକୀୟ ଭାଇ ଭଉଣୀ)ଲାଞ୍ଜିଗଡ ବ୍ଲକ ବେନଙ୍ଗା ପଞ୍ଚାୟତର ଧଡେଲ ଗାଁରେ ଥିବା ତାଙ୍କ ମାମୁଁ ଘରକୁ ଆସିଥିଲେ । ଲକଡାଉନ ଯୋଗୁଁ ଉଭୟେ ସେଠାରେ ଫସି ଯାଇଥିଲେ। ଦୁହିଁଙ୍କୁ ଜ୍ୱର ଓ ଝାଡା ଯୋଗୁଁ ମଙ୍ଗଳବାର ଦିନ ବିଶ୍ୱନାଥପୁର ଡାକ୍ତରଖାନାକୁ ଆସିଥିଲେ । କାର୍ଯ୍ୟରତ ଡାକ୍ତର ସେମାନଙ୍କୁ ଔଷଧ ଓ ଇଞ୍ଜେକସନ ଲେଖି ଦେଇଥିଲା । ତେବେ ସେମାନଙ୍କୁ ଇଞ୍ଜେକସନ୍ ହସ୍ପିଟାଲ ଡ୍ୟୁଟିରେ ଥିବା ଜଣେ ଷ୍ଟାଫନର୍ସ ଦେଇଥିଲେ।ତେବେ ନର୍ସଜଣଙ୍କ ଇଞ୍ଜେକସନ୍ ଲୋଡ଼ କରିବା ପରେ ଛନ୍ଦ୍ରିକାଙ୍କୁ ଦେବା ଇଞ୍ଜେକସନଙ୍କୁ ଭୁଲକ୍ରମେ ପ୍ରତାପକୁ ଦେଇ ଦେଇଥିବା ପରିବାର ଲୋକେ ହୋହଲ୍ଲା କରିବା ଯୋଗୁଁ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ମେଡିକାଲ ଅଫିସର ଡ଼. ଇନ୍ଦ୍ର କୁମାର ନାଥାନୀ ବିଶ୍ୱନାଥପୁର ପୁଲିସକୁ ଫୋନ କରିବା ଯୋଗୁଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏନେଇ ଡାକ୍ତର ଶ୍ରୀ ନାଥାନୀ ପଚାରିବାରୁ ପ୍ରତାପକୁ ଇଞ୍ଜେକସନ୍ ଦେବାରେ ଭୁଲ ହୋଇନାହିଁ।ଦୁଇ ଜଣଙ୍କୁ ସମାନ ଇଞ୍ଜେକସନ୍ ପ୍ରେସକ୍ରାଇବ ଡାକ୍ତର ଗୋଟିଏ କାଗଜରେ କରିଥିବାରୁ ପ୍ରତାପକୁ ପ୍ରଥମେ ଇଞ୍ଜେକ୍ସନ ଦିଆଯାଇଥିଲା କିନ୍ତୁ ପ୍ରତାପ ପରିବାର ଲୋକେ ଏହା ଛନ୍ଦ୍ରିକାର ଇଞ୍ଜେକସନ ପ୍ରତାପକୁ ଦିଆଗଲା ବୋଲି ହୋହଲ୍ଲା କରିଥଲେ ବୋଲି ମେଡିକାଲ ଅଫିସର ଶ୍ରୀ ନାଥାନୀ ପ୍ରକାଶ କରିଥିଲେ । ପ୍ରତାପକୁ ଇଞ୍ଜେକସନ୍ ଦେବା ପରେ ମଧ୍ୟ ବିଶ୍ୱନାଥପୁର ମେଡିକାଲରେ ରାତି ରହି ସୁସ୍ଥ ହୋଇ ଥିବା ଡାକ୍ତର ଶ୍ରୀ ନାଥାନୀ କହିଛନ୍ତି। ଗତ ୨୦ ତାରିଖରେ ମଧ୍ୟ କିଛିଲୋକ ମଦ ପିଇ ବାଇକରେ ପଡି ମେଡିକାଲ ଆସି ଷ୍ଟାଫଙ୍କୁ ଗାଳିହୁଲଜ କରି ମେଡ଼ିସିନ କାଉଣ୍ଟରକୁ ପସି ଯାଇଥିଲେ । ତେବେ ଏଭଳି ମେଡିକାଲରେ ବାରମ୍ବାର କିଛି ଖଳ ପ୍ରକୃତିର ଲୋକ ବାରମ୍ବାର ପ୍ରଦର୍ଶନ କରିଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବାରେ ବାଧା ସୃଷ୍ଟି ହେଉଥିବା ବେଳେ ବାରମ୍ବାର ପୁଲିସର ସାହାଯ୍ୟ ନେବାକୁ ପଢୁଛି ବୋଲି ଶ୍ରୀ ନାଥାନୀ ପ୍ରକାଶ କରିଥିଲେ।

Udyog Nursery
Udyogi Nursery
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.