ମୁନସୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୂଆପଡା,୧୫/୭: କୋମନା ବ୍ଲକ ଟିକ୍ରାପଡ଼ା ଠାରେ ମୁନସୀ ଯୁବକ ସଂଘ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲର ପୂର୍ବତନ ଶିକ୍ଷକ ଭୁବନେଶ୍ୱର ନାୟକ, ଟିକ୍ରାପଡ଼ା କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ର ଶେଖର ଦଣ୍ଡସେନା, ଶିକ୍ଷକ ବିଷିକେଶନ ବାଗ ଓ ନାଏବ ସରପଞ୍ଚ ସଦାନନ୍ଦ ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣର ମହତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି ଟିକ୍ରାପଡ଼ା ସ୍ଥିତ ରେଙ୍ଗ ନଦୀ ରାସ୍ତାରେ ଅନୁଷ୍ଠିତ ହୋଇଥିଲା । ଟିକ୍ରାପଡ଼ା ଗାଁ ମୁନସୀ ପଡାର ମୁନସୀ ଯୁବକ ସଂଘ ତରଫରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହି କ୍ଳବର ସଭାପତି ସ୍ୱାଧୀନ ନାୟକ, ସମ୍ପାଦକ ବାବ୍ରାବହମ ହଂସ ତଥା କ୍ଳବର ସଭ୍ୟ ସଂଜିତ ନାୟକ, ସିଦ୍ଧାନ୍ତ ନାୟକ, ବିକ୍ରମ ରଣା, ନରେଶ ବନଛୋର, ସୁନୀଲ ହଂସ, ମୁନ୍ନା ରଣା ପ୍ରମୁଖ ଏବଂ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.