ନୂତନ ଚିନ୍ତାଧାରା, ନୂତନ ବିଚାର ଧାରା, ନୂତନ ବିକାଶ ଧାରା, ନୂତନ ସଂକଳ୍ପର ମନ୍ତ୍ର ପଢିଲେ ମନୋଜ 

ମଦନପୁରରେ ସମାଜସେବୀ ମନୋଜ ପଟ୍ଟନାୟକ ସାଧାରଣ ସଭା

କର୍ଲାମୁଣ୍ଡା,୨୦/୧: ବର୍ତମାନ ପ୍ରଚଳିତ ବିଧି, ବ୍ୟବସ୍ଥାରେ ଆମେ ଯଦି ନୂତନ ଚିନ୍ତାଧାରା, ନୂତନ ବିଚାର ଧାରା, ନୂତନ ବିକାଶ ଧାରା, ନୂତନ ସଂକଳ୍ପର ମଞ୍ଚି ବପନ କରିବା ତେବେ ତାହା ସମୟକ୍ରମେ ଅଙ୍କୁରିତ ହୋଇ ସମାଜ ପାଇଁ ମଙ୍ଗଳଦାୟୀ ହେବ ଓ ଆମର ପରବର୍ତ୍ତି ପିଢି ସମୟରେ ଏହି ନୂତନ ସଂକଳ୍ପର ଅଙ୍କୁରୋଗ୍ଦମ ମହାଦୃମ ହୋଇ ଛିଡାହେବ । ଅଞ୍ଚଳର ବିକାଶ ପାଇଁ ଆମକୁ କିଛି ନୂଆ କରି ଦେଖାଇବାକୁ ପଡିବ ଓ ନୂତନ ସୂର୍ଯ୍ୟୋଦୟର ସୁନେଳୀ କିରଣରେ ଆମ ମାଟିକୁ ଝଳସାଇବାକୁ ପଡିବ । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆମେ ଲଢୁଆ ମନୋବୃତ୍ତି ନେଇ ଅଗ୍ରସର ହେଲେ ସଫଳତାର ଶିର୍ଷ ପାହାଚରେ ପାଦ ଥାପି ପାରିବା ଏଥିରେ ସଂଦେହର ଅବକାଶ ନାହିଁ । ତେଣୁ ୨୦୧୯  ଆମ ପାଇଁ ସଂକଳ୍ପର ବର୍ଷ ହେଉ, ଚେତନାର ବର୍ଷ ହେଉ, ଚିନ୍ତନର ବର୍ଷ ହେଉ, ନୂତନ ସୂର୍ଯ୍ୟୋଦୟର ବର୍ଷ ହେଉ ବୋଳି ଯୁବ ସମାଜସେବୀ ମନୋଜ ପଟ୍ଟନାୟକ ମଦନପୁରର ଏକ ସଭାରେ ମତବ୍ୟକ୍ତ କରିଛନ୍ତି ।କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପଞ୍ଚାୟତ ପଡିଆଠାରେ ସମାଜସେବୀ ମନୋଜ ପଟ୍ଟନାୟକଙ୍କ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ମଦନପୁର, ଅଲାତରା, ନୁନପୁର, ଡମ କର୍ଲାଖୁଣ୍ଟା, ବୋରପଦର ପଞ୍ଚାୟତ ସମେତ ନର୍ଲା ବ୍ଲକର ରୁପ୍ରାରୋଡ, ନର୍ଲା, ତୁଲାପଡା, କେସିଙ୍ଗା ବ୍ଲକର କଶୃପଡା, ତୁଣ୍ଡଲା, କନ୍ତେସିର, କର୍ଲାମୁଣ୍ଡା ବ୍ଲକର ଗଜଗାହାଲ, ରାଜପୁର,ବଡ ଡୁଙ୍ଗରୀଗୁଡା ଆଦି ଅଞ୍ଚଳରୁ  ଏକ ହଜାରୁ ଉର୍ଧ ଜନ ସାଧାରଣ ଏକତ୍ରିତ ହୋଇଥିଲା। ଏହି ସାଧାରଣ ସଭାରେ କଳାହାଣ୍ଡି ଜିଲ୍ଲା ମହଗାଁର ଯୁବ ସମାଜସେବୀ, ସଂଗଠନ ତଥା ଜନପ୍ରିୟ ଯୁବ ନେତୃତ୍ବ ମନୋଜ ପଟ୍ଟନାୟକ ସାଧାରଣ ଜନତାଙ୍କ ସହ ଭାବ ବିନିମୟ କରିଥିଲେ। ଏହା ସହ ସେ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ବେକାରି ସମସ୍ୟାର ସମାଧାନ ନେଇ ଆଲୋକପାତ କରିଥିଲେ ।ଆୟୋଜିତ ସଭାରେ ମଦନପୁର ସରପଞ୍ଚ ରାଜେଶ ଧଙ୍ଗଡା ମାଝୀ, ନାଏବ ସରପଞ୍ଚ ସୁମିତ୍ରା ସାହୁଙ୍କ ସମେତ  ଆଦିକନ୍ଦ ଦଣ୍ଡସେନା ,ମନୋଜ କୁମାର ସାହୁ, ଅସ୍ବତ୍ଥମା ଦାଣ୍ଡିଆ, ନୃପ ମୁଣ୍ଡଛିନା, ସହଦେବ ପାଢି, ରଂଜନ କୁମାର ମହାରଣା, ଦିଲିପ ମିଶ୍ର ଯୋଗ ଥିଲେ ।

Omkar Vasthu
Omkar Vasthu

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

For latest news & views update

Pearl dental clinic
Near Ashish Medical Store, Bhawanipatna

Click on bell button and subscribe to notifications.

Udyog Nursery
Udyogi Nursery

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.