ଶିଶୁ ଦିବସ ଅବସରରେ ଅଟ୍ଟାଙ୍ଗଗୁଡା କ୍ଲଷ୍ଟର ପକ୍ଷରୁ ‘ଶିଶୁଙ୍କ କରକମଳେ’ କାର୍ଯ୍ୟକ୍ରମ

କଳାହାଣ୍ଡି (କ୍ଷମାନିଧି ମହାକୁଡ଼): ଶିଶୁକୁ ବୁଝିବା, ଚିହ୍ନିବା ଓ ଗଢିବା ଶିକ୍ଷକଙ୍କର କର୍ତ୍ତବ୍ୟ। ଏଥିପାଇଁ ଶିକ୍ଷଣ ନିଶ୍ଚିତ ଭାବେ ଆନନ୍ଦଦାୟୀ ହେବା ଦରକାର। ତେବେ ୨୦୨୦ ଶିକ୍ଷାନୀତି ଅନୁଯାୟୀ କାର୍ଯ୍ୟକ୍ଷେତ୍ରରେ ତାହାକୁ କିଭଳି ସଫଳ କରିହେବ, ସେ ଦିଗରେ ଅତିଥିମାନେ ‘ଶିଶୁଙ୍କ କରକମଳେ’ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ। ଭବାନୀପାଟଣା ବ୍ଲକ ଅଟ୍ଟାଙ୍ଗଗୁଡା କ୍ଲଷ୍ଟର ଦ୍ୱାରା ଶିଶୁ ଦିବସ ଅବସରରେ ଡିଜିଟାଲ ପ୍ଲାଟଫର୍ମ ଗୁଗୁଲ ମିଟରେ ଆୟୋଜିତ ‘ଶିଶୁଙ୍କ କରକମଳେ’ କାର୍ଯ୍ୟକ୍ରମକୁ ଆର.ଆଇ.ଇ ଭୋପାଳର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଉଦଘାଟନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ମୁଖ୍ୟ ବକ୍ତା ଭାବେ କବି ତଥା ଭାଷାବିତ ପରମେଶ୍ୱର ମୁଣ୍ଡ, ଏବିଇଓ ଜୟକୁମାର ମାଝୀ, ଶିକ୍ଷକ ପ୍ରଶିକ୍ଷିକା ନିହାରିକା ଦେବୀ, ବରିଷ୍ଠ ସାମ୍ବାଦିକ ତଥା କବି ଦେବେନ୍ଦ୍ର ବିଶି ଯୋଗ ଦେଇଥିଲେ। ସଭାପତିତ୍ୱ କରିଥିଲେ ଅଟାଙ୍ଗଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଆଶୁତୋଷ ମିଶ୍ର। ସ୍ୱାଗତ ଭାଷଣ ଦେଇଥିଲେ କ୍ଲଷ୍ଟର ସଂଯୋଜିକା ମିନତୀ କୁମାରୀ ପ୍ରଧାନ। ସଭା ପରିଚାଳନା କରିଥିଲେ ଯୁବ ଶିକ୍ଷକ ଡିଲେଶ୍ୱର ରଣା। ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ରୁବିତାଞ୍ଜଳି ପଣ୍ଡା। ଏଥିରେ କ୍ଲଷ୍ଟରର ୪୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.