ବଲାଂଗିର ଯୁବ ସମାବେଶରେ ଛାଇଗଲେ କଳାହାଣ୍ଡି ପ୍ରତିଭା

ଜିଲ୍ଲା ପାଇଁ ଗୌରବ ଆଣିଲେ ସୁଶୀଲ, ବିଶ୍ୱଜିତ, ସତ୍ୟପୀର, ରଞ୍ଜିତା ଓ ରାଜେଶ

କଳାହାଣ୍ଡି,୨୫/୦୧: ସାରା ବିଶ୍ୱରେ ନିଜର ଅନନ୍ୟ କଳା ଓ ସଂସ୍କୃତି ପାଇଁ ଏକ ମାଇଲଖୁଣ୍ଟ ରଚିବାକୁ ଯାଉଥିବା କଳାହାଣ୍ଡିର ଗୌରବମୟ ଇତିହାସରେ ଆଜି ଆଉ ଏକ ଫର୍ଦ୍ଦ ଯୋଡିହୋଇଛି । ବିଭିନ୍ନ କ୍ଷେତ୍ରରେ ସାରା ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା କଳାହାଣ୍ଡି ଜିଲ୍ଲାର ଯୁବ ପ୍ରତିଭାମାନେ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ୱାରା ଆୟୋଜିତ ଯୁବ ସମାବେଶରେ ସମ୍ବର୍ଦ୍ଧିତ ହୋଇ ଏ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ବଲାଂଗିର ସହରସ୍ଥିତ ରାଜେନ୍ଦ୍ର କଲେଜ ପଡିଆଠାରେ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କର ପ୍ରତିଭାକୁ ସ୍ୱିକୃତୀ ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

ଓଡ଼ିଆ ସାହିତ୍ୟର ଜଣେ ଚର୍ଚ୍ଚିତ ଯୁବ ଲେଖକ, ସାମ୍ବାଦିକ ଓ ସମାଜସେବୀ ତଥା କଳାହାଣ୍ଡି ଜିଲ୍ଲା ଗର୍ବ ଓ ଗୌରବ ସୁଶୀଲ କୁମାର ବାଗଙ୍କୁ ତାଙ୍କର ଉଲ୍ଲେଖନୀୟ ସାହିତ୍ୟ ସାଧନା ଓ ସମାଜସେବା ପାଇଁ ମୁଁ ହୀରୋ ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିବାବେଳେ ପଞ୍ଚମେନ୍ ଅଫ୍ ଓଡ଼ିଶା ଭାବେ ପରିଚିତ ସତ୍ୟପୀର ପଧାନ, ଇଣ୍ଡିଆନ୍ ଆଇଡଲରେ ଭାଗ ନେଇ ଫେରିଥିବା ସୁନାମଧନ୍ୟ ଗାୟକ ବିଶ୍ୱଜିତ ମହାପାତ୍ର, ସାହସୀ ଝିଅ ରଞ୍ଜିତା ମାଝୀ ଓ ଯୁବ ସମାଜସେବୀ ରାଜେଶ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାର ଚାରିଜଣ ଯୁବ ପ୍ରତିଭାଙ୍କୁ ରାଜ୍ୟ ସରକାରଙ୍କ ସ୍ୱୀକୃତି ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପରେ ସାରା ଜିଲ୍ଲାରେ ଏହି ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋପାଳପୁର ଗାଁର ଜନ୍ମିତ ସୁଶୀଲ ଅତି ଅଳ୍ପ ବୟସରୁ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିବା ସହିତ ତାଙ୍କ ଲିଖିତ ଅନେକ ଗପ, କବିତା ଓ ପ୍ରବନ୍ଧ ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଆସୁଛି । ସେହିପରି ଜଣେ ଯୁବ ସାମ୍ବାଦିକ ଭାବେ ତାଙ୍କର ବେଶ୍ ନାଁ ଥିବାବେଳେ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

Udyog Nursery
Udyogi Nursery

ସେହିପରି ସଦର ବ୍ଲକ ଦେପୁର ଗାଁରେ ଜନ୍ମିତ ସତ୍ୟପୀର ଜଣେ ଡାକ୍ତରୀ ଛାତ୍ର ହୋଇଥିବାବେଳେ ମାର୍ଶାଲ୍ ଆର୍ଟ୍ରେ ନିଜର ଦକ୍ଷତା ସହିତ ଗୋଟିଏ ମିନିଟ୍ରେ ଗୋଟିଏ ମିନିଟ୍ରେ ସର୍ବାଧିକ ମୁଥ ମାରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ ଓ ଲିମ୍କା ବୁକ୍ ଅଫ୍ ରେକର୍ଡ୍ସ ଭଳି ଦୁଇ ଦୁଇଟି ବିଶ୍ୱ ରେକର୍ଡ୍ ହାତେଇଛନ୍ତି ।

ଭବାନୀପାଟଣା ମନ୍ଦାରବଗିଚା ପଡ଼ାର ବିଶ୍ୱଜିତ ସଙ୍ଗୀତ ସାଧନାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବାବେଳେ ସୋନୀ ଚ୍ୟାନେଲର ଲୋକପ୍ରିୟ ସୋ ଇଣ୍ଡିଆନ୍ ଆଇଡଲରେ ଜଣେ ପ୍ରତିଭାଗୀ ଭାବେ ମନୋନୀତ ହୋଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡିର ସାହସୀ ଝିଅ ରଞ୍ଜିତା ବାଲ୍ୟ ବିବାହକୁ ବିରୋଧ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହେବା ଏକ ଉଲ୍ଲେଖନୀୟ ଘଟଣା ।

ସେହିପରି ଜଣେ ଯୁବ ସମାଜସେବୀ ଭାବେ ପରିଚିତ ରାଜେଶ ଡିସ୍କଭର କଳାହାଣ୍ଡିର ଉପସଭାପତି ଭାବେ ସମାଜସେବା କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ଏହି ବିଶାଳ ଯୁବ ସମାବେଶରେ ତିରିଶ ହଜାରରୁ ଉଦ୍ଧ୍ୱର୍ ଯୁବକଯୁବତୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଜୁ ଯୁବବାହିନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.