କବିତା: ନୂଆବର୍ଷ

✒️ଦୀପକ କୁମାର ପାତ୍ର

ଆସିବାର ଅଛି
ନିଶ୍ଚୟ ଆସିବ ହେଲେ
ବିଶ୍ – ବିଶ୍ ଭଳି ବିଷ ନ ପାଲଟୁ
ନବବର୍ଷର ଉତ୍କଣ୍ଠା ତଣ୍ଟିର କଣ୍ଟା ନ ହେଉ
ମଣିଷ ନ ମରୁ ପୋକମାଛି ଭଳି
ମଣିଷକୁ ମଣିଷ ନ ଛୁଇଁବା ପରି ଆଚରଣ ନ କରୁ
ପରିସ୍ଥିତି ତାଡ଼ନାରେ ।

ଏକୋଇଶରେ ପୃଥ୍ଵୀର ଏକୋଇଶିଆ ହେଉ
ନବୋଦିତ ସୂର୍ଯ୍ୟୋଦୟ ବିଞ୍ଚିଦେଉ
ସୁଖ , ଶାନ୍ତି ମୈତ୍ରୀ ଓ ସମୃଦ୍ଧିର ଆଲୁଅ
ଯେଉଁଠି ନ ଥିବ
ଛୁଆଁଅଛୁଆଁ ଭେଦଭାବ
କି ମହାମାରୀର ଭୟ ।।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.