୬ମାସର କୁଟୁରା ଛୁଆ ଉଦ୍ଧାର

ପଶୁ ଚିକିତ୍ସାଳୟରେ ଚିକିତ୍ସା ପରେ ବଣରେ ଛାଡିଲା ବନ ବିଭାଗ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ବନାଂଚଳ ଅଧିନସ୍ଥ ଗାଡିଶେଷଖାଲ ଗ୍ରାମରୁ ଆଜି ସକାଳେ ଗ୍ରାମବାସୀମାନଙ୍କ ଦ୍ୱାରା ଏକ ମାଈ କୁଟୁରାକୁ ଉଦ୍ଧାର କରାଯାଇ ରାୟଗଡ ବନ ବିଭାଗକୁ ହସ୍ତାନ୍ତର କରଯାଇଛି । ପ୍ରାଣୀଧନ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସଂଧ୍ୟାରେ ଜଙ୍ଗଲରେ ଛାଡି ଦିଆଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ନେଇ ସୂଚନା ମୁତାବକ ଆଜି ସକାଳୁ ଶେଷଖାଲ ଗାଁ ନିକଟରେ ପ୍ରବାହିତ ନାଗାବଳୀ ନଦୀ ତଟକୁ କୁଟୁରାମାନେ ପାଣି ପିଉଥିବା ବେଳେ କୁକୁରମାନେ ସେମାନଙ୍କୁ ଘୋଉଡାଇବାରୁ ୬ମାସର ଏକ ମାଈ କୁଟୁରା ଛୁଆ ଗାଁ ମୁହାଁ ହୋଇ ଗାଁକୁ ପଶି ଆସିଥିଲା ।

ସ୍ଥାନୀୟ ଗ୍ରାମବାସୀ ଡି.ଚନ୍ଦ୍ରମୋହନ ଓ ଏମ.ଗିରିବାବୁ ଉକ୍ତ କୁଟୁରା ଛୁଆଟିକୁ ଉଦ୍ଧାର କରି ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନକୁ ଜଣାଇଥିଲେ । ବନାଂଚଳ ଅଧିକାରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ବନପାଳ ଅନୀଲ କୁମାର ପାଣିଗ୍ରାହୀ, ବନରକ୍ଷୀ ମୂରଲୀ ରାଉତ, ପଂଚାନନ ସାହୁ, ପାରା ଫରେଷ୍ଟର ଲକ୍ଷ୍ମଣ ସାମଲ ଓ ବଳରାମ ସ୍ୱାଇଁ ପ୍ରମୁଖ ଗାଡି ଶେଷଖାଲ ଗ୍ରାମକୁ ଯାଇ କୁଟୁରା ଛୁଆଟିକୁ ନେଇ ରାୟଗଡ ପଶୁ ଚିକିତ୍ସାଳୟରେ ଚିକିତ୍ସା କରି ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖିଥିଲେ । କୁଟୁରା ଛୁଆଟିର ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣର୍ ସୁସ୍ଥ ଥିବାରୁ ସଂଧ୍ୟା ସମୟରେ ତାକୁ ଘଂଚ ଜଙ୍ଗଲରେ ଛଡାଯାଇଥିବା ନେଇ ବନାଂଚଳ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.