ସଡକ ଦୁର୍ଘଟଣାରେ ଜଣେ ମୃତ, ୧୫ରୁ ଅଧିକ ଆହତ

କାଶିପୁର: ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଡି କରଲ ସ୍ଥିତ ଦଶହରା ପଡ଼ିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଥିବା ବେଳେ ୧୫ରୁ ଅଧିକ ଆହତ ଥିବା ଜଣା ପଡିଛି।

ସୂଚନା ମୁତାବକ ଗାଗଡା ଖୁଣ୍ଟି ସ୍ଥିତ ଗଣେଶ ଝୋଡ଼ିଆ ନିଜ କାମ ସାରି ଫେରୁଥିବା ବେଳେ ଡି କରଲ ସ୍ଥିତ ଦଶହରା ପଡିଆ ଠାରେ ଦୁଇଟି ଅଟୋ ସହ ପିଟି ହୋଇଥିଲେ। ଅଟୋ ଦୁଇଟି ସେହି ସ୍ଥାନରେ ଓଲୋଟି ପଡ଼ିବା ସହ ସେହି ଅଟୋ ରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଗଣେଷ ଝୋଡିଆ ଓ ପଛରେ ବସିଥିବା ଖଗପତି ଖୋଡ଼ିଆ ସେହି ସ୍ଥାନରେ ହିଁ ପଡ଼ି ରହିଥିଲେ। ଦୁର୍ଘଟଣା ସ୍ଥଳରେ ହିଁ ଗଣେଶଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଖବର ଶୁଣି ଦୋରାଗୁଡା ପୋଲିସ ଯାଇ ଗୁରୁତରଙ୍କୁ ପ୍ରଥମେ ନୂଆପଡ଼ା ସ୍ଥିତ କମ୍ପାନୀ ମେଡିକାଲ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇ ଥିଲେ। ସେଇଠି ପ୍ରାରମ୍ଭିକ ଚିକିତ୍ସା ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲା। ଦୁଇ ଅଟୋ ଚାଳକକୁ ଥାନାରେ ଅଟକ ରଖାଯାଇ ଥିବା ସୂଚନା ମିଳିଛି। ଏପଟେ ଗାଁ ଲୋକ ଯେପର୍ଯ୍ୟନ୍ତ ଶବକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିବା ଦୋରାଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.