ପରମେଶ୍ବର ମୁଣ୍ଡଙ୍କ କଳାହାଣ୍ଡିଆ ଶବ୍ଦକୋଷ ଲୋକାର୍ପିତ

● କଳାହାଣ୍ଡିଆ ଯେନ୍ ନେ ଥିଲେ ବି ରକତ୍ ଗୁଟେ -ଗୃହମନ୍ତ୍ରୀ

କଳାହାଣ୍ଡି: “କଳାହାଣ୍ଡିଆ ଯେନ୍ ନେ ଥିଲେ ବି ତାର୍ ଭାଷା ଗୁଟେ, ରକତ୍ ଗୁଟେ। ଶବ୍ଦ କେବେ ନୂଆ କି ଜୁନା ନାଇଁସେ। ଶବ୍ଦର୍ ସଂରକ୍ଷଣ ନାଇଁ ହେଲେ ଭାଷା ମରିଯିବା। ଆର୍ ଇ ଦିଗନେ କଳାହାଣ୍ଡିଆ ଶବ୍ଦକୋଷ ଗୁଟେ ଅଦ୍ଵିତୀୟ ପ୍ରୟାସ୍। କେବଲ୍ ଆର୍ କେବଲ୍ କଳାହାଣ୍ଡିଆ ଭାଷା ହିଁ ସବୁ କଳାହାଣ୍ଡିଆ କେ ଏକ୍ କରି ପାରବା” ବୋଲି ରାଜ୍ୟ ଗୃହ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ କେପଟେନ୍ ଦିବ୍ୟଶଙ୍କର ମିଶ୍ର ମତ ପ୍ରକାଶ କରିଛନ୍ତି। ବିଶିଷ୍ଟ ଲୋକସଂସ୍କୃତି ଗବେଷକ, ନାଟ୍ୟକାର, ନିର୍ଦ୍ଦେଶକ, ଭାଷାବିତ୍‌, କବି, ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ‘କଳାହାଣ୍ଡିଆ ଶବ୍ଦକୋଷ’ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏପରି କହିଥିଲେ। ଭବାନୀପାଟଣା ବ୍ଲକ୍ କନଫରେନ୍ସ ହଲରେ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଔପନ୍ୟାସିକ ରାସବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଉତ୍ସବରେ ମୁଖ୍ୟବକ୍ତା ଭାବେ କେବିକେ ପ୍ରଶାସକ ତଥା ବିଶିଷ୍ଟ ଗାଳ୍ପିକ ଡ. ନୃପରାଜ ସାହୁ ଯୋଗଦେଇଥିବା ବେଳେ ଜାତୀୟ ଗବେଷଣା ଉନ୍ନୟନ ନିଗମର ଆଞ୍ଚଳିକ ପରିଚାଳକ ଓ ମୁଖ୍ୟ ଡ. ବିଜୟ ସାହୁ ଓ କବି ଲିଙ୍ଗରାଜ ପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭବାନୀପାଟଣା ବ୍ଲକ୍ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଯୁବ ଲେଖକ ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିଲେ ଓ ଯୁବ କବି ସିଦ୍ଧାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ଦୟା ସିଂ ମାଝୀ, ଆଲୋକ ସାହୁ, ଲିପ୍ସାମୟୀ ଦୁବେ, ଲିପ୍ସାରାଣୀ ବାରିକ, ଡିଙ୍ଗର ନାଏକ, ଆନନ୍ଦ ସଗରିଆ, ଇତେଶ ଭୋଇ, ଏକାନ୍ତ ମୁଣ୍ଡ, ବିଭୁତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, ଶ୍ରୀ ମୁଣ୍ଡ ଏକାଧାରରେ କବିତା ଓ ନାଟକ ରଚନା, ନିର୍ଦ୍ଦେଶନା ସହ ଆଦିବାସୀ ଲୋକସଂସ୍କୃତି ତଥା ଓଡ଼ିଆ ଓ ଆଞ୍ଚଳିକ ଭାଷା ଉପରେ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିସାରିଛନ୍ତି। ତାଙ୍କର ୨୦ରୁ ଉର୍ଦ୍ଧ୍ୱ ନାଟକ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ବେଳେ ଆକାଶବାଣୀ ଓ ଦୂରଦର୍ଶନରୁ ଜାତୀୟ ସ୍ତରର ପୁରସ୍କାର ପାଇଛି। ଏକଦା ଆକାଶବାଣୀରେ ଉଦ୍‌ଘୋଷକ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମୁଣ୍ଡଙ୍କର ଆର୍‌କାଇଭ୍ ମୂଲ୍ୟ ଥିବା ଦୁଇଟି ଧାରାବାହିକ ଆକାଶବାଣୀରୁ ପ୍ରସାରିତ ହୋଇଥିବା ବେଳେ ଦୂରଦର୍ଶନରେ ପଚାଶରୁ ଉର୍ଦ୍ଧ୍ୱ ବୃତ୍ତଚିତ୍ର ପ୍ରସାରିତ ହୋଇଛି। ତାଙ୍କ ନାଟକମାନଙ୍କରେ ଆଦିବାସୀ ଜନଜୀବନର ସମସ୍ୟା ତଥା ସାଂପ୍ରତିକ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ସ୍ଥାନୀତ ହୋଇଥାଏ। ୧୯୯୯ରେ ତାଙ୍କର ପ୍ରଥମ କବିତା ସଂକଳନ ‘ସନ୍ଧିବିଚ୍ଛେଦ’ ପ୍ରକାଶ ପାଇଥିବା ବେଳେ ତାଙ୍କ ରଚିତ ଓ ସମ୍ପାଦିତ ଅନେକ ପୁସ୍ତକ ପ୍ରକାଶିତ ହୋଇସାରିଛି। ସଂପ୍ରତି ସେ ‘ପଶ୍ଚିମ ଓଡ଼ିଶା ଏନ୍‌ସାଇକ୍ଲୋପିଡିଆ’ ପ୍ରସ୍ତୁତିରେ ସାଧନାରତ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.