ସିଆରପିଏଫ କମାଣ୍ଡଡେଂଟ ୱାଇ.କେ.ରାଜପୁତଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ୍‌କ୍ୱାଟର୍ସ ପରିସରରେ କମାଣ୍ଡଡେଂଟ ୱାଇ.କେ.ରାଜପୁତଙ୍କୁ ଅଧିକାରୀ ଓ ଯବାନମାନଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ସେକେଣ୍ଡ ଇନ କମାଣ୍ଡଡେଂଟ ଏସ.କେ.ଠାକୁର, ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରାୟଗଡ ଜିଲ୍ଳାରେ ମୁତୟନ ଥିବା ୪ର୍ଥ ବାଟାଲିୟନ ସିଆରପିଏଫର କମାଣ୍ଡଡେଂଟ ଶ୍ରୀ ରାଜପୁତ ଜିଲ୍ଳାରେ ମାଓ ପ୍ରବଣ ଅଂଚଳରେ ସିଆରପିଏଫଙ୍କ ଦ୍ୱାରା ଶାନ୍ତି ବଜାୟ ରଖିବା ଓ ଯବାନ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ସୁସଂପର୍କ ତଥା ବିଶ୍ୱାସ ରଖିବା ଦିଗଗରେ ଅନେକ ଜନସଂପର୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଆସ୍ଥା ଭାଜନ କରିପାରିଥିଲେ ।


ବର୍ତମାନ ଉତର ସେକ୍ଟର, ନୂଆଦିଲ୍ଳୀର ଡିଆଇଜିପି ଭାବେ ଶ୍ରୀ ରାଜପୁତ ପଦୋନ୍ନତି ପାଇଥିବାରୁ ତାଙ୍କର ବଦଳି ହୋଇଥିବା ନେଇ ସିଆରପିଏଫ ଲୋକ ସଂପର୍କ ଅଧିକାରୀ ମେଜର ସରୋଜ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.