ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ଯୁବ ସଭାପତି ଇଂ ପ୍ରଦୀପ ବେହେରାଙ୍କ ସମ୍ବର୍ଦ୍ଧନା ସମାରୋହ

କଳାହାଣ୍ଡି/କେସିଙ୍ଗା: କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ କେସିଙ୍ଗା ବୋରିଙ୍ଗପଦର ଠାରେ ଆଜି (ରବିବାର) ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଇଂ ପ୍ରଦୀପ ବେହେରାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Omkar Vasthu
Omkar Vasthu


ସମ୍ବର୍ଦ୍ଧନାର ଉତ୍ତରରେ ଇଂ ବେହେରା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାକୁ ସାଧୁବାଦ ପ୍ରଦାନ କରିବାସହ ଯାଦବ ସମାଜର ସର୍ବାଙ୍ଗୀନ ବିକାଶ ସହ ଜାତିର ଉନ୍ନତିରେ ଯୁବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହାସହ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଯାଦବ ସମାଜ ସୁଦୃଢ ହେବାକୁ ସେ ଆହ୍ବାନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମହୋଷଧି ବାଗ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ସିମାଞ୍ଚଲ ନାଗ, ବିଶିଷ୍ଟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଦୀପ ବେହେରା, ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଅରୁପାନନ୍ଦ ବାଗ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ,

Udyog Nursery
Udyogi Nursery


ଉତ୍କଳ ଯୁବ ଯାଦବ ମହାସଭାର ସାଧାରଣ ସମ୍ପାଦକ ଅମର କୁମାର ନାୟକ, ରାଜ୍ୟ ଯୁବ ସଂଯୋଜକ ନନ୍ଦଲାଲ ଯାଦବ, କଳାହାଣ୍ଡି ଜିଲ୍ଲା ଯାଦବ କର୍ମଚାରୀ ସଂଘ ସଭାପତି ପ୍ରଦୀପ ବେହେରା, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ସମ୍ବଲପୁର ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ନିରୋଜ ପୋଢ ଯାଦବ, ବଲାଙ୍ଗୀର ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଦିଲୀପ ରାଜପଲିଆ, ଗଞ୍ଜାମ ଘୁମୁସର ମଧୁପୁରୀ ଗୋପାଳ ସମାଜ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ନବରଙ୍ଗପୁର ରାଧାକୃଷ୍ଣ ସମିତି ସଂପାଦକ ନବଘନ ଗଉଡ, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ ରଜନୀ ପୋଢ ପ୍ରମୁଖ ଉପସ୍ଥିତ ଥିଲେ।


ଇଂ ପ୍ରଦୀପ ବେହେରାଙ୍କୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା, କଳାହାଣ୍ଡି ଜିଲ୍ଲା ଯାଦବ କର୍ମଚାରୀ ସଂଘ, କେସିଙ୍ଗା ବ୍ଲକ ଯୁବ ଯାଦବ ସମିତି, ଧର୍ମଗଡ ବ୍ଲକ ଯୁବ ଯାଦବ ସମିତି, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ସମିତି, କାଣ୍ଡେଲ ଯୁବ ଯାଦବ ସମିତି, ନବରଙ୍ଗପୁର ଜିଲ୍ଲା ଯୁବ ଯାଦବ ମହାସଭା, ଗଞ୍ଜାମ ଜିଲ୍ଲା ଘୁମୁସର ମଧୁପୁରୀ ଗୋପାଳ ସମାଜ, ସମ୍ବଲପୁର ଯୁବ ଯାଦବ ମହାସଭା, ବଲାଙ୍ଗିର ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ଜାତୀୟ ସ୍ଥରର ନିଉଜ ଚେନ୍ୟାଲ ଯଦୁ ନିଉଜ ନେସନର ମୁଖ୍ୟ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କୁ ଅତିଥି ମାନଙ୍କୁ ଦ୍ବାରା ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଯୁକ୍ତ ଧଙ୍ଗଡାମାଝୀ ୨୦୦୦ ମସିହାରୁ ସାମ୍ବାଦିକତା ଆରମ୍ଭକରି ଓଡ଼ିଆ ବାର୍ତ୍ତାର ସମ୍ପାଦକ ଓ ରାଷ୍ଟ୍ରୀୟ ନିଉଜ ଚେନାଲ ଯଦୁ ନିଉଜ୍ ନେସନ୍ ର ମୁଖ୍ୟ ସମ୍ପାଦକ ଭାବେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ଯଦୁ ନିଉଜ୍ ନେସନ୍ ମାଧ୍ୟମରେ ଯାଦବ ମାନଙ୍କ ସ୍ବରକୁ ସେ ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇଂ ପ୍ରଦୀପ ବେହେରା ମାନପତ୍ର ଉପଢୌକନ ସହ ସମ୍ବର୍ଦ୍ଧିତ କରିଥିଲେ।


କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟାକ୍ରମ ପରିଚାଳନାରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ଡାକେଶ୍ବର ଲହଜଲ, କୃତିବାସ ବେମାଲ, ଜିଲ୍ଲା ଯୁବ ଯାଦବ ମହାସଭା ସହ ସଂପାଦକ ତ୍ରିଲକ୍ଷ ନାଏକ,

କୋଷାଧ୍ୟକ୍ଷ ସନ୍ତୋଷ ବାଗ, କେସିଙ୍ଗା ବ୍ଲକ ଯୁବ ଯାଦବ ସମିତି ସଭାପତି ଅଶୋକ ପୋଢ ଓ କାର୍ଯ୍ୟକର୍ତ୍ତା, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ ନାଗ, ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, ଜୁନାଗଡ ଏନଏସି ସଭାପତି କାଶିନାଥ ଘିଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଯୁବ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ।

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.