କଳାହାଣ୍ଡିଆ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ଦାବି ଜୋର୍ ଧରିଲା

● ସମ୍ବାଦ ସାହିତ୍ୟ ଘରର କଳାହାଣ୍ଡିଆ କବିତା ପାଠୋତ୍ସବ

କଳାହାଣ୍ଡି: କଳାହାଣ୍ଡିଆ ଭାଷା ଏକ ପ୍ରାଚୀନ ଭାଷା। ଏହାର ସ୍ୱାତନ୍ତ୍ର୍ୟ ରହିଛି। ଏହି ଭାଷାରେ ଅନେକ ମୌଳିକ ଶବ୍ଦ ରହିଛି। ତେଣୁ ଏହାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରାଯାଉ ବୋଲି କଳାହାଣ୍ଡିଆ କବିତା ପାଠୋତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଭବାନୀପାଟଣା ବ୍ଲକ୍ କନଫରେନ୍ସ ହଲରେ ଭାଷାବିତ୍ ପରମେଶ୍ବର ମୁଣ୍ଡଙ୍କ ‘କଳାହାଣ୍ଡିଆ ଶବ୍ଦକୋଷ’ ଲୋକାର୍ପଣ ଅବସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏକ କଳାହାଣ୍ଡିଆ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ସାହିତ୍ୟ ଘର ସଭାପତି ଅଶୋକ ଖମାରୀ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାବନ୍ଧିକ ଗୋବିନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସାହିତ୍ୟ ଘର ସଂପାଦକ ବିରଞ୍ଚି ନାରାୟଣ ମୁଣ୍ଡ, ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ, କବି ରାଜେଶ ମୁଣ୍ଡ, ବରିଷ୍ଠ କବୀ ସଂଘମିତ୍ରା କାନୁନଗୋ ପ୍ରମୁଖ ସମ୍ମାନିତ ଅତିଥି ରହିଥିଲେ। ଯୁବକବି ସିଦ୍ଧାନ୍ତ ନନ୍ଦ ଓ ଅଧ୍ୟାପିକା ଲିପ୍ସାମୟୀ ଦୁବେ କବିତା ସଂଯୋଜନା କରିଥିଲେ। ଯୁବ ଲେଖକ ଡିଲେଶ୍ୱର ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବକବି ଡିଙ୍ଗର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କବି ଯାଦବେନ୍ଦ୍ର ସାହା, ସବିତା ଶତପଥୀ, ପଦ୍ମିନୀ ବେହେରା, ଆନନ୍ଦିନୀ ପାତ୍ର, ଆନନ୍ଦ ସଗରିଆ, ଡିଙ୍ଗର ନାଏକ, ଜିତେନ୍ଦ୍ର ସାହୁ, ଗଣପତି ବାଗ, ବିଭୂତି ଭୂଷଣ ପ୍ରଧାନ, ସ୍ୱର୍ଣ୍ଣକାନ୍ତି ବୈକାର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ଭବାନୀପାଟଣା ବ୍ଲକ୍ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.