କର୍ଲାମୁଣ୍ଡା ବ୍ଳକରେ ସିକ୍ରେଟ ଅଡିଓ ଭାଇରାଲ: ଯେନନେ ମାଲପାଣି ମିଲ୍‌ବା କର, ନାଇଁ ମିଲ୍‌ବାଟା ଚିରି କରି ଫିକ

କର୍ଲାମୁଣ୍ଡା, (ଆଶୁତୋଷ ଦାସ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗ୍ରାମୀଣ ଆବାସ ର ବି.ପି.ସି (ବ୍ଳକ ପ୍ରୋଗାମ କୋର୍ଡିନେଟର) ଜଣେ ଗ୍ରାମ ରୋଜଗାର ସେବକଙ୍କ ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ, ଯେଭଳି ମନ୍ତବ୍ୟ ଦେଉଛନ୍ତି, ତାହା ଶୁଣିଲେ ମନେହେବ ଯେ ଏଠି ନବୀନ ସରକାରଙ୍କ ‘ମୋ ସରକାର’ ଯୋଜନାକୁ କିପରି ଗୋଇଠା ମରାଯାଉଛି । ସରକାର ୫-ଟି ମନ୍ତ୍ର ଫୁଙ୍କି ସ୍ୱଚ୍ଚତାର କଥା କହୁଥିବା ବେଳେ ଏଠି ଜଣେ ବି.ପି.ସି ନୀରିହ ହିତାଧିକାରୀଙ୍କୁ ଖୋଲା ଚାଲେଂଜ କରୁଛନ୍ତି । କହୁଛନ୍ତି ଯେ ‘ଆମେ କାର୍ କାମ୍ କରବାକେ ବାଧ୍ୟ ନାହିଁ, ଯେନେ ମାଲପାନି ମିଳବା ତ’ ସେଟା କର ଆରୁ ନାଇଁ ମିଲବାର ଟାକେ ଚିରି କରି ଫିକି ଦିଅ’ । ଏଇଟା ଶୁଣିବା ପରେ ଏଇ ବ୍ଳକରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ କିପରି ଅନିୟମେତତା ହେଉନଥିବ, ତାହା ଅନୁମେୟ । ଏଠି ହିତାଧିକାରୀଙ୍କୁ କିପରି ହଇରାଣ ହରକତ କରାଯିବା ସହ ଶୋଷଣ କରାଯାଉଛି, ତାହା ବୁଝି ହେଉଛି । ଯେଉଁ ଗୃହ ତିଆରି କରୁଥିବା ହିତାଧିକାରୀ ମାନେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ଘର ତିଆରି ସଂପୂର୍ଣ କରନ୍ତି, ତାଙ୍କୁ ପ୍ରୋତ୍ସାହନ ରାଶି (ଇନସେଟିଭ) ଦିଆ ଯାଇଥାଏ । କିନ୍ତୁ ଏଠି ବି.ପି.ସି. ମହାଶୟ କହୁଛନ୍ତି ଯିଏ ମାଲପାଣି ଦେବ ତାର ବିଲ ହେବ ନଚେତ ଚିରି ଫିଙ୍ଗି ଦିଅ । ଏଇ ଅଡିଓ ଭାଇରାଲ ହେବା ପରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ବ୍ଳକ ଅଧ୍ୟକ୍ଷ ଅରବିନ୍ଦ ଚୌଧୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛନ୍ତି ଯେ ବ୍ଳକରେ କାର୍ଯ୍ୟରତ ବି.ପି.ସି. ହିତାଧିକାରୀ ମାନଙ୍କୁ ହଇରାଣ କରିବା ସହ ଇନସେନଟିଭ ଅର୍ଥ ଦେବାରେ ଅବହେଳା କରଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଘର କାମ ସାରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏ ଇନସେନଟିଭ ଅର୍ଥ ଦିଆଯାଇନାହିଁ । ଆଉ କେତେକ ଘର କାମ ସଂପୂର୍ଣ ନକରି ମଧ୍ୟ ଇନସେନଟିଭ ପାଉଛନ୍ତି । ଏସ.ଇ.ସିସ ତାଲିକାରେ ନାମ ନ ଥାଇ ମଧ୍ୟ କାର୍ଯ୍ୟାଦେଶ ପାଉଛନ୍ତି । ତେଣୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏନେଇ ସଂପୃକ୍ତ ବି.ପି.ସିଙ୍କୁ ପଚାରିବାରୁ ସେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ । ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.