ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଗାଁରେ ଗାୟତ୍ରୀ ପରିଜନମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗିରିଧାରୀ ତେଜିଙ୍କ ତତ୍ବାବଧାନରେ ଆୟୋଜିତ ଏହି ବୈଠକକୁ ବ୍ଲକ୍ ସଭାପତି ପ୍ରଦୀପ କୁମାର ପଣ୍ଡା ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରେ ମାଁ ଗାୟତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା।
ଏହି ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା। ଏହି ବୈଠକରେ ଗୋଲାମୁଣ୍ଡାର ବରିଷ୍ଠ ପରିଜନ ସୁବାସ ଅଗ୍ରୱାଲ , ମହାଲିଙ୍ଗର ସତପଲ୍ ଅଗ୍ରୱାଲ, ହାତୀବନ୍ଧାର ଶୈଳେଶ ଅଗ୍ରୱାଲ, ଡୁଡୁକେଲର ସିମାଞ୍ଚଲ୍ ଭାଟି, ସାଧୁ ବଗର୍ତ୍ତି ଓ ଯୋଗିଜିବନ୍ ଅଘ୍ରିଆଙ୍କ ସମେତ ପିଙ୍କି ତେଜି, ଦେବନ୍ତି ସାହୁ, ଅନୁପମା ତେଜି ପ୍ରମୁଖ ଯୋଗ ଦେଇଥିଲେ।
ଗୋଳାମୁଣ୍ଡା ବ୍ଲକ ପ୍ରତିନିଧି ସୁଶିଲ କୁମାର ତେଜିଙ୍କ ରିପୋର୍ଟ OdiaBarta.in