ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ

କଳାହାଣ୍ଡି: ଖୁସି ଚାରିଟେବୁଲ ଟ୍ରଷ୍ଟ, କଳାହାଣ୍ଡି ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ସଭାପତି ରୋମାଞ୍ଚଳ ରଣାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘାସିରାମ ରଣା, ମୁଖ୍ୟ ବକ୍ତା ଉପେନ୍ଦ୍ର ଚାଲାନ, ସମ୍ମାନୀତ ଅତିଥି ଭାବେ ଉପଦେଷ୍ଟା ଭୁବନ ହରି ପ୍ରଧାନ, ଗୌରହରି କାଣ୍ଡ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଯୁବ ସମାଜକୁ ମାର୍ଗଦର୍ଶନ କରାଇଥିଲେ।


ଉପ ସଭାପତି ପ୍ରବୀଣ ସାଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଟ୍ରଷ୍ଟର ପ୍ରତିଷ୍ଠାତା ଯଶୋବନ୍ତ ରଣା ଖୁସି ଚେରିଟେବଲ ଟ୍ରଷ୍ଟର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ସଭାପତି ରୋମାଞ୍ଚଳ ରଣା ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଅତିଥି ମାନେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ବାମୀଜୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କଳାହାଣ୍ଡିର ସାମାଜିକ ଅନୁଷ୍ଠାନ ସୋସିଆଲ ଆକ୍ଟିଭୀଷ୍ଟ ଅଫ କଳାହାଣ୍ଡି ଓ କିଛି ଯୁବ ସ୍ବେଛାସେବୀ ମାନଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପରେ ସହ ସମ୍ପାଦକ ଗୋକୁଳ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟର ବିରନ୍ତ ନାଏକ, ବଳଭଦ୍ର ନାଏକ, ଧ୍ରୁବ ନାଏକ, ଭଗବାନ ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ରଣା, ତୋଫାନ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.