ମୂଷାନାଲ ଠାରେ ରକ୍ତଦାନ ଶିବିର: ୨୧ ୟୁନିଟ ରକ୍ତ ସଂଗ୍ରହ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଦୁର୍ଗମ ଅଞ୍ଚଳ ମୂଷାନାଳ ଠାରେ ‘ସମ୍ବାଦ-ଆମ ଓଡ଼ିଶା’ ଓ ମୂଷାନାଳ ମିଶନ ଅଶୋକ ଦୋରା(ଏମଏଡି) ସଦସ୍ୟଙ୍କ ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅତିଥି ଭାବେ ଲାଞ୍ଜି ପଞ୍ଚାୟତ ସରପଞ୍ଚ ବିଷ୍ଣୁ ଚରଣ ଭୋଇ, ମୂଷାନାଳ ବନପାଳ ଚିନ୍ତାମଣି ମାଝୀ, ଲାଞ୍ଜି ପଞ୍ଚାୟତ ନିର୍ବାହି ଅଧିକାରୀ ଅଲେଖ ସା, ପ୍ରଗତିବାଦୀ ଲାଞ୍ଜିଗଡ ବ୍ଲକ ପ୍ରତିନିଧି କଦଣ୍ଡଧର ପ୍ରଧାନ ଓ ଯୁବ ସମାଜ ସେବୀ ରାହୁଲ ବର୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଏଥିରେ ଗୋବିନ୍ଦ ଦୋରା, ଟିଙ୍କୁ ସିଂ, ତପନ କୁମାର ପ୍ରଧାନ, ବାସୁଦେବ ପାତ୍ର, ସନ୍ଧିପ ବାସୁ, ତ୍ୟାଗରଜ ଉମାକାନ୍ତ, ଉପେନ୍ଦ୍ର କିଷାନ, ମୋହିତ ସାବାଡ଼ିଆ, ସୁରେଶ ହରିଜନ, ମୁରଲୀ ରାଉତ, ନବୀନ ପ୍ରଧାନି, ଗୋଲକ ବେନର୍ଜୀ, ରୋସନ ହରିଜନ, ପ୍ରମୋଦ ପାତ୍ର, ମନୀଷ ସାହୁ, ଜଗତ ପାତ୍ର, ଅଭିମନ୍ୟୁ ହରିଜନ, ମନୀଷ ମିଶ୍ର, କୃଷ୍ଣ ରାଉତ, ନିତ୍ୟାସୁନ୍ଦର ଦୋରା, ପ୍ରୀତିରାଣି ସାହୁ ପ୍ରମୁଖ ୨୧ ଜଣ ରକ୍ତଦାନ କରିଥିଲେ।


‘ସମ୍ବାଦ-ଆମ ଓଡ଼ିଶା’ ଲାଞ୍ଜିଗଡ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼ଙ୍କ ନେତୃତ୍ୱରେ ମୂଷାନାଳ ମିଶନ ଅଶୋକ ଦୋରା(ଏମଏଡି) ସଦସ୍ୟ ମନୀଷ କୁମାର ମିଶ୍ର, ଜଗତ ପାତ୍ର, ନିତ୍ୟାସୁନ୍ଦର ଦୋରା, ମନୀଷ ସାହୁ, ମୋହିତ ସାବାଡ଼ିଆ, ରଘୁନାଥ ମଙ୍ଗଳ, କୃଷ୍ଣ ରାଉତ, ବରୁଣ ପାତ୍ର, ପ୍ରମୋଦ ପାତ୍ର ଓ ଶୁଭଙ୍କର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।ଭବାନୀପାଟଣା ରକ୍ତ ଭଣ୍ଡାରରୁ ଜୁନିୟର ଟେକ୍ନିସେନ କୃଷ୍ଣଚନ୍ଦ୍ର ସାହୁ, ଗିରିଷ ନାଏକ, ସଞ୍ଜୀବ ମହାଖୁଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.