ଘରେ ନିଆଁ ଲାଗି ଯୁବତୀ ଜିବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ

କୋକସରା,(ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଗ୍ରାମର କାମେଶ୍ୱର କନ୍ଦପାନଙ୍କ +୨ ରେ ପଢ଼ୁଥିବା ଝିଅ ଟ୍ବିଙ୍କିଲ (୨୩) ଆଜି ସକାଳୁ ରୋଷେଇ ଘରେ ଥିବା ସମୟରେ ନିଆଁ ଲାଗି ଯାଇଥିଲା ଏବଂ ସେ ନିଆଁରେ ପୋଡି ଜୀବନ୍ତ ଦ୍ବଗ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ।

Omkar Vasthu
Omkar Vasthu


ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଆସିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ରନ୍ଧନ ଗ୍ୟାସ ଲିକେଜ ରୁ ନିଆଁ ଲାଗିଥିବା ଅନୁମାନ କରାଯାଏ। କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଓ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇଛି। ଯୁବତୀଙ୍କ ଆକସ୍ମିକ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.