ଗୋପବନ୍ଧୁ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତି

ଲାଞ୍ଜିଗଡ: ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ପରିଣତ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଚୂଡାନ୍ତ ରୂପରେଖ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାକୁ ବାସ୍ତବ ରୂପ ଦେବାକୁ ନେଇ ରବିବାର ସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଯୋଗ ଦେଇ ପ୍ରଶାସନ ସହିତ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲର ଉନ୍ନତି ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ହାଇସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ସାହୁଙ୍କୁ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସାମିଲ ହେବା ସହିତ ନିଜ ସ୍କୁଲର ଉନ୍ନତି ପାଇଁ ଶପଥ ନେଇଥିଲେ । ତେବେ ଗୋପବନ୍ଧୁ ହାଇସ୍କୁଲରେ ପାଠ ପଢିଥିବା ପୁରାତନ ଛାତ୍ରସଂଘ ଗଠନ କରାଯାଇ ସଭାପତି ଭାବେ ସମାଜସେବୀ ତରୁଣ କୁମାର ଦାସ, ଉପସଭାପତି ମନୋରଞ୍ଜନ ବିଶି, ସାଧାରଣ ସମ୍ପାଦକ ଧବଳେଶ୍ଵର ଠେଲା ଯୁଗ୍ମ ସମ୍ପାଦକ ବୈଶାଖୁ ନାଏକ ଏବଂ ସଦସ୍ୟ ଭାବେ ତାପସ ରଞ୍ଜନ ଦଲେଇ, ପ୍ରଣବ କୁମାର ପୃଷ୍ଟି, କୁଳମଣି ବାଣୁଆ, କେ ସନ୍ତୋଷ ପାତ୍ର, ମାଧବ ଦଣ୍ଡାସେନା, ବନମାଳୀ ଦଲେଇ, ମିଡ଼ିଆ ସଂଯୋଜକ ଭାବେ ସନ୍ତୋଷ ତୁଲଙ୍କୁ ମନୋନୀତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ସ୍କୁଲର ଉନ୍ନତି ପାଇଁ କାୟମନ ବାକ୍ୟରେ ଆଗେଇ ଆସିବାକୁ ନେଇ ଏହି ବୈଠକରେ ଆହ୍ୱାନ ଦିଆଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଏହାସହିତ ସେମାନେ ଯିଏ ଯେଉଁଠି ଥିଲେ ସୁ୍‌ଦ୍ଧା ନିଜ ସ୍କୁଲର ଉନ୍ନତି ଚିନ୍ତା କରିବାକୁ ହାଇସ୍କୁଲ କର୍ତୃପକ୍ଷ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.