ପୁରାତନ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ

କଟକ: କଟକ ଜିଲ୍ଲା ଉପକଣ୍ଠ ଖଣ୍ଡାଏତା ପଂଚାୟତର ପୁରାତନ ଶିକ୍ଷାୟତନ ଶଙ୍ଖତ୍ରାସ ହାଇସ୍କୁଲର ୧୯୭୯ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁମିଳନ ପର୍ବ ଆମଣ ଘାସଘର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବରେ ସମସ୍ତ ସହପାଠୀମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେପକାଇବାସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରିଥିଲେ। ପ୍ରାରମ୍ଭରରେ ଦିବଂଗତ ବଂଧୁ ମଧୁସୂଦନ ଭୋଳ ଓ ଉଲ୍ଲାସ ଚରଣ ରାଉତରାୟଙ୍କ ସ୍ମୃତିଚାରଣ ସହ ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା। ଏହି ବଂଧୁମିଳନରେ ଦେବ ସେଠୀ, ଦିଲ୍ଲୀପ ସାହୁ, ଅଲେଖ ବେହେରା, ଖିତିଶ ରାଉତରାୟ, ବାବୁଲି ବିହାରୀ, ପ୍ରହଲ୍ଲାଦ ସ୍ୱାଇଁ, ପ୍ରଭାତ ରାଉତ, ଅଶୋକ ସାହୁ, ପ୍ରତାପ ସେନାପତି ପ୍ରମୁଖ ବହୁ ବଂଧୁବର୍ଗ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.