୧ହଜାର କ୍ୱି୍ୟୁବିକ୍ ମିଟର ବାଲି ଜବତ ସହ ୧ଲକ୍ଷ ଟଙ୍କା ଜୋରିମାନା
ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ତହସିଲ ଅନ୍ତର୍ଗତ ଖିଲମିସଗୁଡା ଗ୍ରାମ ନିକଟରେ ଏକ ବେଆଇନ ବାଲି ଡମ୍ପିଂରେ ରାତ୍ରିକାଳନୀ ଚଢାଉ କରିଛନ୍ତି ରାୟଗଡ ତହସିଲଦାର ଉମାକାନ୍ତ ବେହେରା ଓ ତାଙ୍କ ଷ୍ଟାଫ । ବାଲି ଡମ୍ପିଂରେ ୧ହଜାର କ୍ୱି୍ୟବିକ୍ ମିଟର ବାଲି ଜବତ ସହ ଲିଜଧାରୀ ଆପୁଡୁ ପୁଆଲାଙ୍କୁ ୧ଲକ୍ଷ ଟଙ୍କାର ଜୋରିମାନା ପକାଇଛନ୍ତି ତହସିଲଦାର । ଏ ନେଇ ତହସିଲଦାର ଶ୍ରୀ ବେହେରାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ରାୟଗଡ ତହସିଲ ଅନ୍ତର୍ଗତ ଖିଲମିସଗୁଡା ଗ୍ରାମ ନିକଟ ନାଗାବଳୀ ନଦୀରୁ ବେଆଇନ ଭାବେ ପାଖାପାଖି ୧ ହଜାର କ୍ୱି୍ୟବିକ୍ ମିଟରରୁ ଉଦ୍ଧ ବାଲିକୁ ଏକ ସ୍ଥାନରେ ଡମ୍ପିଂ କରାଯାଇ ଚୋରା ଚାଲାଣ କରିବାକୁ ଉଦ୍ୟମ କରାଯାଉଥିଲା ।
ବିଶେଷ ସୂତ୍ରରୁ ଖବର ପାଇ ତହସିଲଦାର ଉମାକାନ୍ତ ବେହେରା,ଅତିରକ୍ତ ତହସିଲଦାର ସୁନୀଲ କୁମାର ଖରା,ସୁପରଭାଇଜର ମାଲିକାର୍ଜୁନ ପ୍ରମୁଖ ବାଲି ଡମ୍ପିଂ ସ୍ଥାନରେ ପଂହଚି ବାଲି ଡମ୍ପିଂ କରିବାକୁ ମନା କରିବା ସହ ଲିଜଧାରୀ ଆପୁଡୁ ପୁଆଲାଙ୍କୁ ୧ଲକ୍ଷ ଟଙ୍କାର ଜୋରିମାନା କରିଥିଲେ ବୋଲି ସୂଚନା ପ୍ରଦାନ କରିଛନ୍ତି ।