ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ହାର୍ଡକୋର ମାଓବାଦୀ ମଙ୍କୁ ଓ ଲାଛୁ

ଭାଷା ସମସ୍ୟା ସହ ନେତୃତ୍ୱକାରୀଙ୍କ ରୁକ୍ଷ ଓ ଅସ୍ୱାଭାବିକ ବ୍ୟବହାର ପାଇଁ କଲେ ଆତ୍ମସର୍ମପଣ

ରାୟଗଡ, (ଶିବ ନାରାୟଣ ଗୈାଡ): ମାଓ ସଂଗଠନରେ ମୁଖ୍ୟତଃ ଭାଷାଗତ ସମସ୍ୟା ସହ ନିଜ ଜନ୍ମସ୍ଥାନରୁ ଅଧିକ ଦୂରତା, ଓଡିଶାର ଟାଣ ପ୍ରାକୃତିକ ବୈଶିଷ୍ଟ ଥିବା ଭୁଭାଗ ସହ ମାଓ କ୍ୟାମ୍ପରେ ଅପ୍ରଚୁର ଖାଦ୍ୟ ସହ ପାନୀୟ ଜଳ ଓ ପୋଷାକର ଅଭାବ ଏବଂ ମାଓ ଇଲାକାରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ବାରମ୍ବାର ଅପରେସନ୍ ଚାଲୁଥିବା ବେଳେ ମାଓ ସଂଗଠନରେ ନେତୃତ୍ୱକାରୀଙ୍କ ରୁକ୍ଷ ଓ ଅସ୍ୱାଭାବିକ ବ୍ୟବହାର ସହ ବୃହତ୍ ମାଓ ଇଲାକାକୁ ଆବରଣ କରିବା ଦିଗରେ ଅପ୍ରଚୁର ମାଓବାଦୀଙ୍କ ଅଭାବୀ ସଂଖ୍ୟାରେ ମାଓ ଅଂଚଳରେ ନିୟମିତ ଚାଲିଚଲନ କରିବା ଏବଂ ମାଓ ସଂଗଠନରେ କୈାଣସ ଆବଶ୍ୟକତା ପୂରଣ କରାଯାଉ ନ ଥିବା ବେଳେ ମାଓ ଇଲାକାରେ ସ୍ଥାନୀୟ ଲୋକଙ୍କ କୈାଣସି ସମର୍ଥନ ରହୁ ନ ଥିବାରୁ ଏହି ସମସ୍ୟାରେ ଅତିଷ୍ଠ ହୋଇ ବୁଧବାର ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ଠାରେ ଆତ୍ମସର୍ମପଣ କରିଛନ୍ତି ବଂଶଧାରା-ଘୁମସର-ନାଗାବଳୀ ଡିଭିଜନ ସିପିଆଇ ମାଓ ସଂଗଠନର ସକ୍ରି୍ରୟ ସଭ୍ୟ ଦୁଇଜଣ ହାର୍ଡକୋର ମାଓବାଦୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆତ୍ମସର୍ମପଣକାରୀ ମାଓବାଦୀ ଦୁଇଜଣ ହେଲେ ମଙ୍କୁ ଓୟାମ ଓ ଲାଛୁ ମାଡକାମ । ସେହିପରି ମାଓ ସଂଗଠନରେ ମଙ୍କୁ ଓରଫ ଜୟରାମ, ପଙ୍କେଶ ଓ ସାଇନୁ ନାମରେ ପରିଚିତ ଥିବା ବେଳେ ଲାଛୁ ଓରଫ ବିଶ୍ୱନାଥ, ଅବିନାଶ ନାମରେ ପରିଚିତ ରହିଥିଲେ । ଓଡିଶା ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ଅର୍ଥରାଶି ମଙ୍କୁ ନାମରେ ଘୋଷଣା ହୋଇଥିବା ବେଳେ ଲାଛୁ ନାମରେ ୧ଲକ୍ଷ ଟଙ୍କା ପାରିତୋଷିକ ରାଶି ଘୋଷଣା କରାଯାଇଥିବା ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ପଡୋଶୀ ଛତିଶଗଡ ରାଜ୍ୟର ବିଜେପୁର ଜିଲ୍ଳାର ଭୈରମଗଡ ଥାନା ଅନ୍ତର୍ଗତ କରେମାର୍କା ଗ୍ରାମର ଚାଷୀ ସନାକୁ ଓୟାମଙ୍କ ପୁଅ ମଙ୍କୁ ଓୟାମ ଗତ ୨୦୧୧ ମସିହା ନଭେମ୍ବର ମାସରେ ମଣିପୁର-ନୂଆପଡା ଡିଭିଜନର ସୁନାବେଡା ଏରିଆ କମିଟି ଅନ୍ତର୍ଗତ ଓଡିଶା ରାଜ୍ୟ କମିଟି ନିଷିଦ୍ଧ ସିପିଆଇ (ମାଓ)ସଂଗଠନର ପାର୍ଟି ମେମ୍ବର ଭାବେ ଯୋଗ ଦେଇଥିଲେ । ପରେ ସେ ଏସିଏମ ଭାବେ ପଦୋନ୍ନତି ପାଇ ଗତ ୨୦୧୮ ମସିହା ମେ ମାସରେ ବାଘୁନା ଡିଭିଜନର କଳାହାଣ୍ଡି ଏଲଓଏସରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟରତ ରହିଥିଲେ । ଗତ ୨୦୧୯ ମସିହାରେ ମାଓବାଦୀ ମଙ୍କୁ କଳାହାଣ୍ଡି ଜିଲ୍ଳାର ତୁରକା ଓ କଟଲାଘାଟି ଠାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ସହ ଭୀମ ଦୋରା ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଏବଂ ୨୦୨୦ବର୍ଷରେ କଳାହାଣ୍ଡି ଜିଲ୍ଳାର ସୁଆଁଶପଦର ଠାରେ ଗୁଳିବିନିମୟ ଓ ଚଳିତ ୨୦୨୧ବର୍ଷରେ ରାୟଗଡ ଜିଲ୍ଳାର କାମକୋଚ୍ଛା ଠାରେ ଜଣେ ସାଧାରଣ ଲୋକଙ୍କୁ ମାଡଧର କରିବା ଆଦି ମାମାଲରେ ସଂପୃକ୍ତ ରହିଥିଲେ ।

Udyog Nursery
Udyogi Nursery

ସେହିପରି ଛତିଶଗଡ ରାଜ୍ୟ ବିଜେପୁର ଜିଲ୍ଳାର ଗାଙ୍ଗଲୁର ଥାନା ଅନ୍ତର୍ଗତ ଆଡିସମେଟ୍ ଗ୍ରାମର ଚାଷି ଦୁଲ୍ଳା ମାଡକାମଙ୍କ ପୁଅ ଲାଛୁ ଓଡିଶା ରାଜ୍ୟରେ ନିଷିଦ୍ଧ ସିପିଆଇ ମାଓ ସଂଗଠନର କେକେବିଏନ ଡିଭିଜନର ରାହୁଲ ଏରିଆ କମିଟିରେ ପାର୍ଟି ମେମ୍ବର ଭାବେ ଗତ ୨୦୧୫ଏପ୍ରିଲ ମାସରେ ସାମିଲ ହୋଇଥିଲେ । ସେ ଉକ୍ତ ଡିଭିଜନର ବିଭିନ୍ନ ଏରିଆ କମିଟି ଏବଂ ଏଲଓଏସରେ କାର୍ଯ୍ୟ କରିଥିଲେ । କଳାହାଣ୍ଡି ଜିଲ୍ଳାର ମାସ୍କାଗୁଡା, ଲବେରନଗଡ ଓ ମୁଣ୍ଡାମାସ୍କା ଠାରେ ହୋଇଥିବା ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସହ କନ୍ଧମାଳ ଜିଲ୍ଳା ସୁଦୁରୁକୁମ୍ପାରେ ରବି ମଲ୍ଳିକ ନାମକ ଜଣଙ୍କୁ ହତ୍ୟା ଏବଂ ଗାଡିମାସ୍କା ଠାରେ ଥିବା କ୍ୟାମ୍ପ ଜାଳିବା, ବାଲୁମା ଠାରେ ଗାଡିପୋଡି ଘଟଣା ସହ କଳାହାଣ୍ଡି ଜିଲ୍ଳାର ଏମ.ରାମପୁରର ପିଡେଇ ଠାରେ ଅନୀଲ ମାଝି ନାମକ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଳାର ରିବିଲାଡା ଠାରେ ଇଭିଏମ ମେସିନ ନେଇ ଯାଉଥିବା ଦୁଇଟି ପୋଲିଂ ଗାଡିକୁ ଜାଳିଦେବା ଆଦି ଘଟଣାରେ ସଂପୃକ୍ତ ଥିବା ନେଇ ଜିଲ୍ଳା ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଦେଶରେ ମାଓବାଦୀଙ୍କ ଆତ୍ମସର୍ମପଣ ଏବଂ ଥଇଥାନ ବ୍ୟବସ୍ଥାରେ ଓଡିଶା ସରକାରଙ୍କ ନୀତି ସର୍ବଶ୍ରେଷ୍ଠ ହୋଇଥିବାରୁ ଆତ୍ମସର୍ମପଣକାରୀ ମାଓବାଦୀ ମଙ୍କୁ ଓ ଲାଛୁଙ୍କୁ ସରକାରଙ୍କ ଯୋଜାନା ମୁତାବକ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଥିବା ବେଳେ ସିପିଆଇ ମାଓ ସଂଗଠନରେ ଥିବା ଅନ୍ୟ ସଦସ୍ୟମାନେ ମଧ୍ୟ ନିଜକୁ ପୋଲିସ ନିକଟରେ ଆତ୍ମ ସର୍ମପଣ କରି ରାଜ୍ୟ ସରକାରଙ୍କ ଯୋଜନାରେ ଉପକୃତ ହୁଅନ୍ତୁ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.