“ଗାନ୍ଧୀଙ୍କ ଓଡିଶା” ନାଟକକୁ ଉଦଜୀବିତ କଲେ ଜୟ ଜଗନ୍ନାଥ ନାଟ୍ୟକଳା ପରିଷଦ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେ ଓଡିଶା ସଂଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶଙ୍କର ତ୍ରିପାଠୀଙ୍କ ରଚିତ ନାଟକ ‘ଗାନ୍ଧୀଙ୍କ ଓଡିଶା’କୁ ଏକକାଳୀନ ଗୋଟିଏ ନାଟକ, ୩୦ଟି ଜିଲ୍ଳାରେ ୩୦ଲବ୍ଧ ପ୍ରତିଷ୍ଠ ନିର୍ଦ୍ଦେଶକଙ୍କ ଦ୍ୱାରା ୩୦ଜଣ ମଂଚ ଓ ଆଲୋକ ସଂଯୋଜକ ସହାୟତାରେ ୯୩୦ଜଣ ଅଭିନେତା ଅଭିନେତ୍ରୀଙ୍କ ଦ୍ୱାରା ମାର୍ଚ୍ଚ ୨୩ତାରିଖ ସଂଧ୍ୟା ସାଢେ ୬ଟା ଏକ ସମୟରେ ମଂଚସ୍ଥ ହେବା ସହ ବିଶ୍ୱ ରେକର୍ଡ ସୃଷ୍ଟି କରିପାରି ଓଡିଶା ପାଇଁ ଅଦ୍ଭୁତପୂର୍ବ ଗୈାରବ ଆଣି ଦେଇଛି ।


ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ମଧ୍ୟ ଖାତି ସଂପନ୍ନ ନାଟ୍ୟକାର ଓ ନିର୍ଦ୍ଦେଶକ ନାଟ୍ୟଶ୍ରୀ, ନାଟ୍ୟରତ୍ନ, ନାଟ୍ୟ ଭୂଷଣ ଡଃ.ନରେନ୍ଦ୍ର କୁମାର ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡିଶା ସଂଙ୍ଗୀତ ଏକାଡେମୀ ତରଫରୁ ଜିଲ୍ଳାର ଜେକେପୁରର ବରିଷ୍ଠ ନାଟ୍ୟ ସଂସ୍ଥା ଜୟ ଜଗନ୍ନାଥ ନାଟ୍ୟକଳା ପରିଷଦର କଳାକାରମାନଙ୍କ ଦ୍ୱାରା ଗାନ୍ଧୀଙ୍କ ଓଡିଶା ନାଟକଟି ମଂଚସ୍ଥ ହୋଇଥିଲା ।


ନାଟ୍ୟକଳା ପରିଷଦର କଳାକାରମାନଙ୍କ ଦ୍ୱାରା ନାଟକଟିକୁ ଉଦଜୀବିତ ଭାବେ ପ୍ରୟୋଜିତ କରାଯାଇଥିଲା ବେଳେ ଉପସ୍ଥିତ ଦର୍ଶକମାନଙ୍କୁ ନାଟକଟି ଆକୃଷ୍ଟ କରିପାରିଥିଲା । ଏହି ନାଟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହିଥିଲେ । ନାଟକରେ ଗାନ୍ଧୀଙ୍କ ୮ଥର ଓଡିଶା ଗସ୍ତର ଉଦ୍ଦେଶ୍ୟକୁ ଉପସ୍ଥାପନା କରାଯାଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କ ଭାଷଣ ଯେ ଓଡିଆ ସଂଗ୍ରାମୀମାନଙ୍କ ମନକୁ କେତେ ଛୁଇଁ ପାରିଥିବାରୁ ଅସହଯୋଗ ଆନ୍ଦୋଳନ ସଫଳ ହୋଇପାରିଥିଲା ତାହା ବର୍ଣ୍ଣନା ସ୍ୱରୁପ ପ୍ରତିପାଦିତ କରାଯାଇଥିଲା ।


ସେହିପରି ମହାତ୍ମାଗାନ୍ଧୀଙ୍କ ଭୂମିକାରେ ଅଭିନେତା ବିଶ୍ୱନାଥ ବିଶ୍ୱାଳ, ହରେକୃଷ୍ଣ ମହତାବଙ୍କ ଭୂମିକାରେ ମନୋଜ କୁମାର ସ୍ୱାଇଁ ଏବଂ କସ୍ତୁରିବା ଭୂମିକାରେ ଅଭିନେତ୍ରୀ ଅରୁନ୍ଧତି ନାୟକ ପରିବେଷଣ କରିଥିଲେ । ସେହିପରି ସକାଳେ ସ୍ଥାନୀୟ ମହାତ୍ମାଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ଥିବା ଜାତୀୟ ପିତା ଗାନ୍ଧୀଙ୍କ ପ୍ରତିମୂର୍ତି ସହ ଅନ୍ୟ ବରପୁତ୍ରଙ୍କ ପ୍ରତିମୂତିରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଞାପନ କରିଥିଲେ ।


ସଂଧ୍ୟା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ତହସିଲଦାର ଉମାକାନ୍ତ ବେହେରା,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ବରିଷ୍ଠ ନାଗରିକ ଗୋପିନାଥ ସାହୁ, ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ସଲଭା ରାଜୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଏହି କାର୍ଯ୍ୟକ୍ରମକୁ କୋଭିଡ-୧୯ ନିମୟାବଳୀ ପ୍ରକାରେ ସାମାଜିକ ଦୂରତା ରକ୍ଷା କରାଯାଇ ଓ ମାସ୍କ ପରିଧାନ କରି ପାଖାପାଖି ୨୦୦ଜଣ ଦର୍ଶକ ନାଟକ ଦେଖିବାର ସୁଯୋଗ ପାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.