ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଓକିଲ ନିର୍ବାଚନର ବରିଷ୍ଠ ଓକିଲ ଭି.ଏସ. ରାଜୁ ୪୬ଖଣ୍ଡ ଭୋଟ ପାଇ ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ରବିପ୍ରସାଦ ମହାପାତ୍ର, ସଂପାଦକ ଭାବେ ଜଗନ୍ନାଥ ଦୋରା ଓ କୋଷାଧ୍ୟକ୍ଷ ଭାବେ ମାନଓ ରଂଜନ ରଥ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ସକାଳେ ଓକିଲ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଓକିଲ ନବ କୁମାର କାଂଟାଙ୍କ ତତ୍ୱାବଧାନରେ ଭୋଟ ଗ୍ରହଣ ଓ ଗଣତି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛିି । ଏହି ନିର୍ବାଚନରେ ସର୍ବମୋଟ ୧୩୩ଜଣ ଭୋଟର ରହିଥିବା ବେଳେ ୧୩୨ଜଣ ପୋଲିିଂ କରିଥିଲେ । ସଭାପତି ପଦବୀ ପାଇଁ ୪ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେଳେ ଏଥିରେ ବିର୍ଭୁଦନ ପ୍ରଧାନ ୪୩ଖଣ୍ଡ , ୱାଇ.ମଧୁ ୩୮ଟି ଏବଂ କୁମାର ସ୍ୱାମୀ ୩ଟି ଭୋଟ ପାଇଥିବା ବେଳେ ବିରଷ୍ଠ ଓକିଲ ଭି.ଏସ. ରାଜୁ ୪୩ଖଣ୍ଡ ଭୋଟ ପାଇ ସମସ୍ତଙ୍କୁ ପଛରେ ପକାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମାତ୍ର ୨ଟି ଭୋଟ ଏଥିରେ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ କାଂଟା ସୂଚନା ଦେଇଥିଲେ ।
ସେହିପରି ୮୮ଖଣ୍ଡ ଭୋଟ ପାଇ ଓକିଲ ରିବପ୍ରସାଦ ମହାପାତ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଉମାକାନ୍ତ ମିଶ୍ର ୪୪ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ନିର୍ବାଚନରେ ୬୬ଖଣ୍ଡ ଭୋଟ ପାଇ ସଂପାଦକ ଭାବେ ଓକିଲ ଜଗନ୍ନାଥ ଦୋରା ନିର୍ବାଚିତ ହୋଇଥିବା ବେଳେ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଓକିଲ ମଙ୍ଗଳମୂର୍ତି ବେଉରିଆ ୬୩ଖଣ୍ଡ ଭୋଟ ପାଇ ମାତ୍ର ୩ଖଣ୍ଡ ଭୋଟ ପଛରେ ରହି ପରାଜିତ ହୋଇଥିବା ବେଳେ ଏଥିରେ ୩ଟି ଭୋଟ ନାକଚ ହୋଇଥିଲା । ସହସଂପାଦକ ଭାବେ ୬୬ଖଣ୍ଡ ଭୋଟ ପାଇ ଓକିଲ ଜି.ଡି. ରାଓ ନିର୍ବାଚିତ ହୋଇଥିବା ସ୍ଥଳେ ୬୩ଖଣ୍ଡ ଭୋଟ ପାଇ ପ୍ରାର୍ଥୀ ଗୈାରୀ ଶଙ୍କର ପଟ୍ଟନାୟକ ପରାଜିତ ହୋଇଥିଲେ ଏବଂ ଏଥିରେ ମଧ୍ୟ ୩ଟି ଭୋଟ ନାକଚ ହୋଇଥିବା ଜଣାପଡିଛି । ତେବେ କୋଷାଧ୍ୟକ୍ଷ ପଦବୀରେ କେହି ହେଲେ ପ୍ରତିଦ୍ୱନ୍ଦିତା କରୁ ନ ଥିବାରୁ ଓକିଲ ମାନସରଂଜନ ରଥ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ରାୟଗଡ ଓକିଲ ର୍ନିବାଚନରେ ନିର୍ବାଚିତ ସମସ୍ତ ପଦାଧିକାରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୂଅ ଛୁଟିଛି ।