ଡିଲେଶ୍ୱର ରଣାଙ୍କ ପ୍ରଥମ ଗଳ୍ପ ସଂକଳନ ‘ସେଁର୍‌ରା’ ଲୋକାର୍ପିତ

କଳାହାଣ୍ଡି: ଭବାନୀପାଟଣା ଅମଲା ଭବନ ପରିସରରେ କଳାହାଣ୍ଡି ଯୁବ ଲେଖକ ସମାବେଶ ଅନୁକୂଲ୍ୟରେ ଯୁବ ଗାଳ୍ପିକ ଡିଲେଶ୍ୱର ରଣାଙ୍କ ପ୍ରଥମ ଗଳ୍ପ ସଂକଳନ ‘ସେଁର୍‌ରା’ ଲୋକାର୍ପିତ ହୋଇଯାଇଛି। ସମାବେଶର ସାଧାରଣ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ସମ୍ମାନିତ ଅତିଥି ଭାବେ ‘ମହୁରି’ ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ, ବିଶିଷ୍ଟ କଥାକାର ଆଦିତେଶ୍ୱର ମିଶ୍ର ଓ ବିଶିଷ୍ଟ କବି ଅଖିଳ ନାୟକ ଯୋଗଦେଇଥିଲେ। ଆଲୋଚକ ଭାବେ ଯୋଗ ଦେଇଥିଲେ ଗାଳ୍ପିକ ସୁକାନ୍ତ ସାହୁ, ନାଟ୍ୟକାର ପରମେଶ୍ୱର ମୁଣ୍ଡ ଓ ପ୍ରାବନ୍ଧିକ ସତ୍ୟନାରାୟଣ ମୁଣ୍ଡଛିନା। କବି ବିରଂଚି ନାରାୟଣ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କବି ଯାଦବେନ୍ଦ୍ର ସାହା। ମଂଚ ସଂଚାଳନ କରିଥିଲେ କବି ହେମନ୍ତ ସାହୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ପରେ ଆୟୋଜିତ ପଳାଶ ଉତ୍ସବରେ ସମାବେଶର ସଭାପତି ସୁଶୀଲ କୁମାର ବାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିମ୍ବାଧର ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ସମ୍ମାନିତ ଅତିଥି ଭାବେ ଗାଳ୍ପିକା ଦେବହୂତି କର, ‘ସାହିତ୍ୟ କଥା’ ସଂପାଦକ ସକିତ ରତେ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, କବି ବିରଂଚି ନାରାୟଣ ମୁଣ୍ଡ ଓ ସମାଜସେବୀ ବୈଷ୍ଣବ ମାଝୀ
ଯୋଗ ଦେଇଥିଲେ। ଗାଳ୍ପିକ କୌତୁକ ପନ୍ଦର ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ। ଏହି ଅବସରରେ କବି ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟାପିକା ଲିପ୍‌ସାମୟୀ ଦୁବେଙ୍କ ସଂଯୋଜନାରେ ଉପସ୍ଥିତ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ।

Udyog Nursery
Udyogi Nursery

ଏଥିରେ ଶିକ୍ଷାବିତ ଅଜୟ ମିଶ୍ର, ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ଗାଳ୍ପିକ ପ୍ରକାଶ ନିଶଙ୍କ, ଅବକାଶ ପ୍ରଧାନ, କବି ରମାକାନ୍ତ ନାଏକ, ମିନତୀ କୁମାରୀ ପ୍ରଧାନ, ପୂର୍ଣ୍ଣମୀ ସାହୁ, ଯୁଗେଶ୍ୱର ମାଝୀ, ନୀଳମଣି ସାହୁ, ହେମନ୍ତ ମାଝୀ, ତ୍ରିନାଥଶ୍ୟାମ କୁମାର, ଧନଞ୍ଜୟ ସାହୁ, ଚୌଧୁରୀ ରଣା, ପର୍ବତାରୋହୀ ଇପ୍ସାମୟୀ ଦୁବେ, ସୁନିତା ଧଙ୍ଗଡ଼ାମାଝୀ, କଣ୍ଠଶିଳ୍ପୀ ସୁକନ୍ୟା ଦାସ, ଗୀତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.