ମଇଁଷିକୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର

ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନା ଗଲେ ବାଇକ ଚାଳକ

ରାମନାଗୁଡା: ଗୁଣୁପୁର ଥାନା ରାମନାଗୁଡା ବ୍ଲକ କାରିଣୀଗୁଡା ଗାଁ ନିକଟରେ ୩୨୬ ରାଜପଥର ଏକ ଘାଟିରେ ରାତି ପ୍ରାୟ ୮ ଘଣ୍ଟା ପାଖାପାଖି ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରକୁ ହଟାତ ଏକ ମଇଁଷି ଆସିଥିବାରୁ ଭାରସାମ୍ୟ ହରାଇ ବାଇକ ଚାଳକ ତା’କୁ ଧକ୍କା ଦେଇଥିଲେ। ଫଳରେ ବାଇକ ଚାଳକ ଗୁରୁତର ହୋଇ ପଡିଛନ୍ତି। ବାଇକ ଚାଳକ ରାମନାଗୁଡା ବ୍ଲକ ଗୁଲୁଣ୍ଠି ପଂଚାୟତର ତୁମ୍ବାକଣା ଗାଁର ଗୋପାଳ ମାଣ୍ଡାଙ୍ଗି ବୋଲି ଜଣାପଡିଛି।

Omkar Vasthu
Omkar Vasthu


ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୋଲନରା ବ୍ଲକ ଅନ୍ତର୍ଗତ ମିନାଝୋଲା ଠାରୁ ଓଡି ୧୮-୧୯୪୧ ନମ୍ବର ବିଶିଷ୍ଟ ବାଇକରେ ଗୋପାଳ ନିଜ ଗାଁ ତୁମ୍ବାକଣାକୁ ଫେରୁଥିବା ସମୟରେ ଦୁର୍ଘଟଣା ଶିକାର ହୋଇଥିଲେ। ଦୁର୍ଘଟଣା ହେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠେଇ ଦେଇଥିଲେ। ଅନ୍ୟପକ୍ଷରେ ମଇଁଷିଟି ମଧ୍ୟ କ୍ଷତାକ୍ତ ହୋଇଛି। ଖବର ପାଇ ରାମନାଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବାସହ ବାଇକଟିକୁ ହେପାଜତରେ ରଖିଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.