ରାଜସ୍ୱ ରଥ ଜରିଆରେ ରାଜସ୍ୱ ସେବା ପହଞ୍ଚି ଯାଉଛି ଗାଁରେ, ହିତାଧିକାରୀ ଖୁସି

କଳାହାଣ୍ଡି, (ହେମନ୍ତ ସାହୁ): ରାଜସ୍ୱ ସେବାଟିକକ ପାଇବାକୁ ଲୋକଙ୍କୁ ରାଜସ୍ୱ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଥିଲା। ଦିନ ଯାକ ନିଜର ଅନ୍ୟାନ୍ୟ କାମଛାଡ଼ି ଦୂର ଦୂରାନ୍ତରରୁ ଲୋକେ ଆସୁଥିଲେ ନିଜ ନିଜ ଅଂଚଳର ରାଜସ୍ୱ ଏବଂ ତହସିଲ କାର୍ଯ୍ୟାଳୟକୁ। ଏବେ କିନ୍ତୁ ରାଜସ୍ୱ ରଥ ଜରଅିାରେ ରାଜସ୍ୱ ସେବା ପହଂଚିଯାଉଛି ଗାଁରେ। ଏହାକୁ ନେଇ ଖୁସିବ୍ୟକ୍ତ କରୁଛନ୍ତି ହିତାଧିକାରୀ ଏବଂ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହୁଛନ୍ତି।

Omkar Vasthu
Omkar Vasthu


ତେବେ ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ ଅଂଚଳର କଢେଲ, ଘୋଡ଼ାପୋଖରୀ, ଡ଼ଙ୍ଗାପଟା ଗ୍ରାମକୁ ଯାଇ ବାସିନ୍ଦା ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣପତ୍ର ଭଳି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦିଆଯାଇଛି। କରୋନା କାଳରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇ, ଲୋକଙ୍କ ପାଖକୁ ସେବା ପହଂଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ତହସିଲଦାର ସୟଦ ଇସାକ ମଦିନାଙ୍କ ସମେତ ରାଜସ୍ୱ ପରିଦର୍ଶକ ତପୋବନ ବାରିକ, ସାଇଦଲଙ୍ଗା ରାଜସ୍ୱ ନିରୀକ୍ଷକ ମୋହନ ମାଝୀ, ସହକାରୀ ରାଜସ୍ୱ ନିରୀକ୍ଷକ ହରପ୍ରିୟା ଖମାରୀ, ରେକର୍ଡ଼ କିପର ଯୋଗେଶ୍ୱର ପୋଢ ପ୍ରମୁଖ ଉପସ୍ଥିତ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.