ଡୁଲେ ରକରଙ୍କ ଅଶ୍ଲିଳ ରାପ୍ ସଂଗୀତ ପ୍ରସଙ୍ଗ: ଟାଉନ୍ ଥାନାରେ ଏତଲା ଦେଲେ ଅବିନାଶ ଠାକୁର

ଭବାନୀପାଟଣା: ଖୁବ କମ ଦିନ ଭିତରେ ଚର୍ଚ୍ଚାକୁ ଆସିଥିବା କଳାହାଣ୍ଡିଆ ରାପର୍ ଡୁଲେଶ୍ବର ତାଣ୍ଡି ଓରଫ୍ ଡୁଲେ ରକର ବର୍ତ୍ତମାନ ଏକ ଅଶ୍ଲିଳ ରାପ୍ ସଂଗୀତ ଗାନକରି ବିବାଦ ଭିତରକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଅଶ୍ଲିଳ ଭିଡିଓ ସଂଗୀତ ଭାଇରାଲ ପରେ ବିଭିନ୍ନ ମହଲରୁ ତିବ୍ର ନିନ୍ଦା କରାଯାଇଛି। ଆଜି କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦର ସଭାପତି ଅବିନାଶ ଠାକୁର ଡୁଲେ ଗାଇଥିବା ଏହି ଅଶ୍ଲିଳ ସଂଗୀତକୁ ଦୃଢ଼ ନିନ୍ଦା କରିବା ସହ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଶ୍ଲିଳ ରାପ୍ ଗୀତରେ ଡୁଳେଶ୍ବର ମହିଳା ମାନଙ୍କୁ ଅପମାନିତ, ଅତ୍ୟନ୍ତ ନ୍ୟୁନ ତଥା ଉପଭୋଗର ବସ୍ତୁ ଭଳି ବିକୃତ କରି ଗୀତ ଗାଇଥିବାରୁ ଏହାକୁ ଦୃଢ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏହା ସହିତ କେଉଁ ପରିସ୍ଥିତିରେ ରାପର ଡୁଲେଶ୍ବର ଏପରି ଅଭଦ୍ର ପଦକ୍ଷେପ ନେଲେ ସେଥିପାଇଁ ତଦନ୍ତ କରିବା ପାଇଁ ପୋଲିସକୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.