ନୂଆପଡାରେ ସଡକ ସୁରକ୍ଷା ସପ୍ତାହ ଉଦଜାପିତ

ନୂଆପଡା,୧୦/୨: ଆଜି ନୂଆପଡା ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକମର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ପରିବହନ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ପରିଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ । ସ୍ଥାନୀୟ କଦମ ସ୍ବେଛାସେବୀ ସଂସ୍ଥା ସଭାପତି ଲଲାଟେନ୍ଦୁ ପଣ୍ଡା, ସମ୍ପାଦିକା ଯାଜ୍ଞସେନୀ ମହାପାତ୍ର,ପ୍ରତିଭା ହୋତା, ଗୋବିନ୍ଦ ପଟେଲ, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ସହଯୋଗ କରି ସଭାରେ ଉପସ୍ଥିତ ଜଣ ସାଧାରଣଙ୍କୁ ହାଲମେଟ ବଣ୍ଟନ କରି ଥିଲା ।
ସୂଚନା ଯୋଗ୍ୟ ଯେ ଗତ ୪ ତାରିଖରେ ଜିଲ୍ଲା ପରିବହନ ବିଭାଗ ଦ୍ୱାରା ନୂଆପଡା, କୋମନା, ଖରିଆର ରୋଡ ତଥା ଅନେକ ସ୍ଥାନ ରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସର ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଥିଲେ । ଜନସାଧାରଣ ହେଲମେଟ ଓ ସିଟ ବେଲ୍ଟ କିଭଳି ବ୍ୟବହାର କରିବେ ତା ଉପରେ ବିଶେଷ ଧ୍ୟାନ ଦେଇ ସଡକ ସୁରକ୍ଷା ସପ୍ତାହ ପାଳନ କରା ହେଲା ବୋଲି ଜିଲ୍ଲା ପରିବହନ ଅଧିକରୀ ପ୍ରକାଶ କରିଛନ୍ତି ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.