ଆଜି ଭାଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନ : ଟେଡି ଡେ’। ଏହି ଦିନ ପ୍ରେମିକ-ପ୍ରେମିକା ଉଭୟଙ୍କୁ ଟେଡି ବିଅର ଉପହାର ଦେଇଥାନ୍ତି। ଏଥିପାଇଁ ବଜାରରେ ଅନେକ ଡିଜାଇନ୍ର ଟେଡି ବିଅର ବିକ୍ରି ହୋଇଥାଏ। ଗୋଲାପୀ, ଲାଲ, ଖଇରିଆ, ଧଳା ଆଦି ବିଭିନ୍ନ ରଙ୍ଗର ଟେଡି ବଜାରରେ ମିଳିଥାଏ। ଆଜିକାଲି କେତେକ ପ୍ରେମିକ-ପ୍ରେମିକା ଅନ୍ଲାଇନ୍ରେ ଟେଡି ବୁକିଂ କରି ନିଜ ସାଥୀ ପାଖକୁ ପଠାଉଛନ୍ତି।
ଟେଡି ବିଅର ଏମିତି ଏକ ଖେଳଣା, ଯାହାକୁ ଝିଅମାନେ ବେଶ ପସନ୍ଦ କରିଥାନ୍ତି। ତେଣୁ ପ୍ରେମିକମାନେ ପ୍ରେମିକାକୁ ଟେଡି ଉପହାର ଦେଇଥାନ୍ତି।