ଆଜି ପ୍ରେମ ସପ୍ତାହର ପଂଚମ ଦିନ : ପ୍ରମିଜ୍ ଡେ। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ କିଛିନାକିଛି ପ୍ରତିଶ୍ରୁତି ଦିଆନିଆ ହୁଅନ୍ତି। କାରଣ ଏହି ପ୍ରତିଶ୍ରୁତି ଟିକକ ହିଁ ପ୍ରେମର ବାସ୍ତବକିତା। ଏଇ ଟିକକ କଥାରେ ମଜବୁତ୍ ହୋଇଥାଏ ଭଲ ପାଇବା। ମିଳିଯାଏ ବଞ୍ଚିବାର ଆନନ୍ଦପୂର୍ଣ୍ଣ ରାସ୍ତାଟିଏ। ତେବେ ଆଉ ଡେରି ନକରି ନିଜ ଭ୍ୟାଲେଣ୍ଟାଇନ୍ଙ୍କୁ ପ୍ରମିଜ୍ କରନ୍ତୁ। ତେବେ ଏମିତି କିଛି ପ୍ରତିଶ୍ରୁତି ଦିଅନ୍ତୁ ଯାହା ଦୁହିଁଙ୍କ ମୁହଁରେ ହସ ଫୁଟେଇବ।