ରିଗଡୁଲ୍ ସଡକ ଦୁର୍ଘଟଣା : ଜଣେ ମୃତ, ୪ ଗୁରୁତର, ୩୦ ଆହତ

ଟିଟିଲାଗଡ,୧୧/୨: ଟିଟିଲାଗଡ ବେଲଗାଁ ଜାତୀୟ ରାଜପଥ-୫୯ ରିଗଡୁଲ୍ ବଜାର ପଡିଆ ନିକଟବର୍ତ୍ତୀ ଟର୍ଣ୍ଣି ଠାରେ ଆଜି କିଛି ସମୟ ପୂର୍ବରୁ ଏକ ଟାଟା ଏସ୍ ଭ୍ୟାନ୍ (ଗାଡି ନଂ-OR 15 N 1642) ଦୁର୍ଘଟଣା ଗ୍ରସ୍ତ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଗାଡି ଟି ନାନାଝେର ଠାରୁ ଚୋରମରା କୁ ବିବାହ ଭୋଜି ପାଇଁ ଯାଇ ଫେରୁଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଘଟଣାସ୍ଥଳରେ ରାମ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଓ ୨୫ ରୁ ତିରିଶି ଜଣ ଆଘାତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଡି ଚାଲାକ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।

ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.