ଭୁବନେଶ୍ୱର: ନିଶିଗନ୍ଧା ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଦିବସ ଅବସରରେ ଗୁଗୁଲ ମିଟ ମାଧ୍ୟମରେ ଦକ୍ଷିଣାଞ୍ଚଳ ଜୋନ ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି। ନିଶିଗନ୍ଧାର ସଭାପତି ଡ଼ଃ ରଜନୀ ରଞ୍ଜନ ଦାସଙ୍କ ପୌରାହିତ୍ୟରେ ଆୟୋଜିତ ଉକ୍ତ ଭର୍ଚୁଆଲ ବୈଠକରେ ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି, ସାମାଜିଜ କର୍ମୀ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ବାହାଦୁର ପାଟଶାଣୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ,ସନିଶିଗନ୍ଧାର ଉପସଭାପତି ଚିତ୍ତରଞ୍ଜନ ନନ୍ଦ, ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ, ସମ୍ପାଦିକା ସରସ୍ବତୀ ନାୟକ, ପୃଷ୍ଟପୋଷକ କରୁଣାକର ମଲ୍ଲିକ, ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର, ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି, ବରିଷ୍ଠ ଶିକ୍ଷକ ତଥା ଓଡିଶା ସହିତ୍ୟ ଏକାଡେମୀର ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ନିରୋଦ ଜେନା, ଅବସରପ୍ରାପ୍ତ ଶିକ୍ଷକ ତଥା ଆକାଶବାଣୀ ଏବଂ ଦୂରଦର୍ଶନର ଗ୍ରେଡ଼ ବି କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ, ମାଁ ମଙ୍ଗଳା ସାହିତ୍ୟ ସେବା ସଂସ୍କାରର ସଭାପତି ଏନ୍ଏନ୍ ଜଗଦେବ, ରାଜ୍ୟ ସହ ସଂଯୋଜକ ତଥା କବି ତ୍ରିନାଥ ପଟ୍ଟନାୟକ ଯୋଗ ଦେଇଥିଲେ। ସର୍ବପ୍ରଥମେ ପଣ୍ଡିତ ନାରାୟଣ ରଥଙ୍କ ଆଦୃତ ଏକ ସଂଗୀତ ପରିବେଷଣ କରାଯାଇ କାର୍ଯ୍ୟକ୍ରମକୁ ଆଗେଇ ନିଆଯାଇଥିଲା।କାର୍ଯ୍ୟକାରୀ ସମ୍ପାଦକ ଗୋଦାବରୀଶ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ କରିଥିଲେ l ସହ ସମ୍ପାଦକ ଜମ୍ବେଶ୍ୱର ଦଳାଇ ଏବଂ ମୁଖପାତ୍ର ଜ୍ୟୋତିରଞ୍ଜନ ଦାସ ମଞ୍ଚ ପରିଚାଳନା ସହ ସଂଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ ନିଶିଗନ୍ଧା ସାହିତ୍ୟ ସଂସଦର ଦକ୍ଷିଣାଞ୍ଚଳ ଜୋନ ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି ଆସରରେ କବି ରଙ୍କନିଧି ସେଠି, ସୀମନ୍ତ କୁମାର ନନ୍ଦ, ଦକ୍ଷିଣାଞ୍ଚଳର ସଭାପତି ସୁରମା ଦାସ, କବି ତ୍ରିନାଥ ପଟ୍ଟନାୟକ, ସମ୍ପାଦିକା ସରସ୍ବତୀ ନାୟକ, ରତିନାରାୟଣ ରାଉତ, ମମତା ସାହୁ, ସ୍ନେହା ମିଶ୍ର, ସନ୍ତୋଷ କୁମାର ସାହୁ, ମଧୁସୂଦନ ମିଶ୍ର, ଭାସ୍କର ପ୍ରଧାନ, ନିରଞ୍ଜନ ଜେନା, ରମେଶ ଚନ୍ଦ୍ର ମିଶ୍ର, ଲଳିତ ନାରାୟଣ ମହାପାତ୍ର, କାଳିଚରଣ ମନ୍ତ୍ରୀ, ଅମୁଲ୍ୟ ନାୟକ,ସୂର୍ଯ୍ୟ ନାରାୟଣ ସାହୁ,ତପନ ସ୍ୱାଇଁ, ଗୌରହରି ସାହୁ, ସୂର୍ଯ୍ୟ ନାରାୟଣ ସାହୁ, ତପନ ସ୍ୱାଇଁ, ଗୌରହରି ସାହୁ ଆଦି ପ୍ରାୟ ୪୦ରୁ ଉର୍ଦ୍ଧ କବି ଏବଂ କବୟତ୍ରୀ ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇ ନିଜ ନିଜ କବିତା ଆବୃତ୍ତି କରିଥିଲେ। ପରିଶେଷରେ ସାହିତ୍ୟ ସଂସଦର ସହ ସଂଯୋଜକ ତ୍ରିନାଥ ପଟ୍ଟନାୟକ ସମସ୍ତ ଅତିଥି, କର୍ମକର୍ତ୍ତା ଏବଂ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।