ଶତାୟୁ ରକ୍ତଦାତା ମହେଶ ତ୍ରିବେଦୀଙ୍କ ବିୟୋଗରେ ଓଡିଶା ରକ୍ତଦାତା ମହାସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଶତାୟୁ ରକ୍ତଦାତା ମହେଶ ତ୍ରିବେଦୀଙ୍କ ବିୟୋଗରେ ଓଡିଶା ରକ୍ତଦାତା ମହାସଂଘ ତରଫରୁ ୱେବିନାର ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଗୁଜୁରାଟ ରାଜ୍ୟର ମହେଶ ତ୍ରିବେଦୀ ୧୨୭ଥର ରକ୍ତଦାନ କରିଥିଲେ। ଭାରତୀୟ ରକ୍ତଦାତା ମହାସଂଘର ସେ ପ୍ରତିଷ୍ଠାତା ସଭ୍ୟ ରହିଥିଲେ।ସାରାଭାରତରେ ରକ୍ତଦାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଅତୁଳନୀୟ। ବିଶେଷକରି ଥାଲାସେମିଆ ପିଡିତ ମାନଙ୍କ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଅପୂରଣୀୟ। ରକ୍ତଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିଥିବା ଏପରି ବିରଳ ପ୍ରତିଭା ସମସ୍ତଙ୍କ ଆଦର୍ଶ ଥିଲେ। ରକ୍ତଦାନ କ୍ଷେତ୍ରରେ ତାଙ୍କର ନିଷ୍ଠାପର ଉଦ୍ୟମ ପାଇଁ ଅନେକ ରକ୍ତଦାତା ଯୋଦ୍ଧା ସୃଷ୍ଟି କରିପାରିଥିଲେ ଏବଂ ଏଥିପାଇଁ  ୨୦୦୫ ମସିହାରେ ଜାତୀୟ ପୁରସ୍କାର ହରିଦେବ ଶୈରୀ ମେମୋରିଆଳ ଆୱାର୍ଡରେ ସମ୍ମାନିତ ହୋଇଥିଲା ବେଳେ ଅନେକ ଅନୁଷ୍ଠାନ ତରଫରୁ ପ୍ରଶଂସିତ ହୋଇଥିଲେ।

Omkar Vasthu
Omkar Vasthu


ଓଡିଶା ରକ୍ତଦାତା ମହାସଂଘର ସଭାପତି ଇଟି ରାଓଙ୍କ ସଭାପତିତ୍ୱରେ ଆୟୋଜିତ ୱେବିନାରରେ ଭାରତ ରକ୍ତଦାତା ମହାସଂଘର କାର୍ଯ୍ୟକର୍ତ୍ତା, ଅନେକ ଶତାୟୁ ରକ୍ତଦାତା ଓ ଓଡିଶା ରକ୍ତଦାତା ମହାସଂଘର କାର୍ଯ୍ୟକର୍ତ୍ତା ଓ ଅନେକ ସଦସ୍ୟମାନେ ଯୋଗଦାନ କରି ମହେଶ ଭାଇଙ୍କ  ରକ୍ତଦାନ କ୍ଷେତ୍ରରେ ଜୀବନ ତମାମ କାର୍ଯ୍ୟକଳାପ ବିଷୟରେ ସ୍ମତିଚାରଣ କରିଥିଲେ। ଓଡିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ଡ. ନରେଶ ଚନ୍ଦ୍ର ସାହୁ,ଦାମନଯୋଡିଙ୍କ ସଂଯୋଜନାରେ ଆୟୋଜିତ ୱେବିନାର ପ୍ରାରମ୍ଭରେ ଓଡିଶା ରକ୍ତଦାତା ମହାସଂଘର ସାଧାରଣ ସଂପାଦକ ଅକ୍ଷୟ ରାଉତ ଓ ସୋନୁ ମହାନ୍ତି ମହେଶ ଭାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହେଶ ଭାଇଙ୍କ ସ୍ତ୍ରୀ, ସୁପୁତ୍ର ଅମିତ ତ୍ରିଦେବୀ, ଝିଅ କଲ୍ୟାଣୀ ଅଂଶଗ୍ରହଣ କରିଥିଲା ବେଳେ ଜାତୀୟ ସ୍ତରରୁ  ପୂର୍ବତନ ନିର୍ଦ୍ଦେଶକ ନିବ,ନୂଆଦିଲ୍ଲୀ ଡ଼.ରେବା ଛାବ୍ରା,ଡ଼.ରାଜେଶ ଗୋପାଳ ନିର୍ଦ୍ଦେଶକ ଏସବିଟିସି ଗୁଜରାଟ, ଡ଼.କମଲ କୁମାର କର,ନିର୍ଦ୍ଦେଶକ ଏନଏସଏସ ସେଲ,ଦିଲ୍ଲୀ, ବିନୟ ସେଟ୍ଟି ଉପସଭାପତି ଥିଙ୍କ ଫାଉଣ୍ଡେସନ ମୁମ୍ବାଇ,ଏଲ ସନ୍ତାରାମ ଉପସଭାପତି ଏଫବିଡିଓଆଇ ଚେନ୍ନାଇ,ଅମିତ ବାନାର୍ଜୀ, ଲଖ୍ନୋ,ସୁବାସ ମନି ସିଂ କାଲିଂପଗଂ,ଉତ୍ତମ ଦେବନାଥ ଭାଗଲପୁର, ଜତିନ୍ଦ୍ର ସୋନି ଜଲନ୍ଧର, ମାନବ ଗୁପ୍ତା ମଧ୍ୟପ୍ରଦେଶ, ଶତାୟୁ ରକ୍ତଦାତା ଅରୁଣ ଗୋଗୁଲ ଦାସ, କୋଇମବାଟୋର ଅଂଶଗ୍ରହଣ କରି ସ୍ୱର୍ଗତ ମହେଶ ଭାଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ସେହିପରି ଓଡିଶା ରକ୍ତଦାତା ମହାସଂଘ ଓ ଓଡିଶାରୁ ନିର୍ଦ୍ଦେଶକ ରାଜଧାନୀ ଡାକ୍ତରଖାନା ଡ଼.ଦେବାଶିଷ ମିଶ୍ର, ଶତାୟୁ ରକ୍ତଦାତା ବିରଞ୍ଚି ପାଣି ଉପସଭାପତି ଢେ଼ଙ୍କାନାଳ, ଇଂ ଡ.ହୃଷିକେଶ ସାହୁ, ଉପସଭାପତି ବାଲେଶ୍ବର, ଡ଼.ରତିକାନ୍ତ ଖଟୁଆ କୋରାପୁଟ, ଜେ ସୁରେଶ, ବି ଲକ୍ଷ୍ମୀ ବ୍ରହ୍ମପୁର, ଦିଲ୍ଲୀପ ଦାଶ ଶର୍ମା ଶତାୟୁ ରକ୍ତଦାତା, ସ୍ୱରୂପ ଦାଶ ସହ ନିର୍ଦ୍ଦେଶକ ଏସବିଟିସି ଓଡିଶା, ଶତାୟୁ ରକ୍ତଦାତା ଅନୁପମ ଗୁପ୍ତା, ରାଉରକେଲା, ଉମାକାନ୍ତ ନାଗ, ସୋନପୁର, ଡ଼.ଚିତ୍ତରଂଜନ ମିଶ୍ର ଓ ସ୍ନିଗ୍ଧା ମିଶ୍ର ସେମଲିଗୁଡା,ରାଜେଶ ନାୟକ କଟକ,ଶାନ୍ତନୁ କୁମାର ପରିଡା,ଜିଲ୍ଲା ସଂଯୋଜକ ୟାଆରସି, କଳାହାଣ୍ଡି, ମୋହନ ଚରଣ ବିଷି,ଓଡିଶା ରକ୍ତଦାତା ମହାସଂଘ ସଭ୍ୟ,କଳାହାଣ୍ଡି, ପ୍ରବିର ଦାଶ ବୌଦ୍ଧ, ରାମନାରାୟଣ ଦାଶ ବଲାଙ୍ଗୀର, ରବି ପଶାୟତ ଜେଆରସିଓ, ସୋନପୁର ସମେତ ଶତାଧିକ ସ୍ବେଚ୍ଛାକୃତ ରକ୍ତଦାତା ସାମିଲ ହୋଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.