ରକ୍ତ ଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଗୋପବନ୍ଧୁ ସେବା ସମିତିର ସଦସ୍ୟ

କୋରାପୁଟ: ରକ୍ତ ଦାନ ଏକ ମହତ ଦାନ ଏହି କଥା ଆମେ ସମସ୍ତେ ଜାଣିଛେ। କିନ୍ତୁ ଏହି କଥାକୁ ହୃଦୟଙ୍ଗମ କରିପାରିଅଛନ୍ତି କୋରାପୁଟର ପ୍ରତିଷ୍ଠିତ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସମିତିର ସଦସ୍ୟଗଣ। ଜୟପୁର ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ଜଣେ ମହିଳା ରୋଗୀଙ୍କ ପାଇଁ ଏ. ନେଗେଟିଭ ରକ୍ତର ଆବଶ୍ୟକତା ହୋଇଥିଲା। ତାଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଥିଲା କୋରାପୁଟର ଗୋପବନ୍ଧୁ ସେବା ସମିତିର ସଦସ୍ୟ ସଂଜୀବ କୁମାର ତ୍ରିପାଠୀ। ରକ୍ତର ଆବଶ୍ୟକତା ହେବା ଖବର ପାଇ ତୁରନ୍ତ ନିଜର ବଦାନ୍ୟତା ଦେଖାଇଥିଲେ ଏବଂ ଚିକିତ୍ସାଧୀନ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ। ଏଥି ପୂର୍ବରୁ ମଧ୍ୟ ଅନେକ ଥର ଏହି ସାମାଜିକ ସଂଗଠନର ଏକ ସଦସ୍ୟ ସଂଜୀବ କୁମାର ତ୍ରିପାଠୀ ରକ୍ତ ଦାନ କରି ସବୁବେଳେ ଚର୍ଚ୍ଚାରେ ରହି ଅଛନ୍ତି। ରୋଗୀଙ୍କ ଜୀବନ ବଞ୍ଚାଇ ଥିବାରୁ ମହିଳା ରୋଗୀଙ୍କ ପରିବାର ବର୍ଗ ଗୋପବନ୍ଧୁ ସେବା ସମିତିର ସଭ୍ୟ ସଂଜୀବ କୁମାର ତ୍ରିପାଠୀଙ୍କୁ କୃତଜ୍ଞତା ଜ୍ଞାପନ ସହ ସାଧୁବାଦ ଦେଇଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.