ଜୟପାଟଣା ସରସ୍ୱତୀ ବିଦ୍ୟା ମନ୍ଦିରରେ ମାତୃପିତୃ ପୂଜନ ଦିବସ

କଳାହାଣ୍ଡି,୧୪/୦୨: ଜୟପାଟଣା ସରସ୍ବତୀ ବିଦ୍ୟା ମନ୍ଦିରରେ ଆଜି ସନ୍ଥଶ୍ରୀ ଆଶାରମଜୀ ବାପୁଙ୍କ ଆଦର୍ଶରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି। ଜୟପାଟଣା ସନ୍ଥଶ୍ରୀ ଅଶାରାମଜୀ ଆଶ୍ରମ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉକ୍ତ ଶିଶୁ ମନ୍ଦିରର ବହୁ ଛାତ୍ରଛାତ୍ରୀ ତଥା ତାଙ୍କ ଅଭିଭାବକ ଯୋଗ ଦେଇଥିଲେ। ୧୪ ଫେବ୍ରୁଆରୀ କୁ ପାଶ୍ଚାତ୍ୟ ସଭ୍ୟତାରେ ଭାଲେଣ୍ଟାଇନ୍ ଡେ ପାଳନ କରି ଅନେକ ଭାରତୀୟ ଯୁବକ ଯୁବତୀ ପଥଭ୍ରଷ୍ଟ ହୋଇ ମାଆ ବାପା କୁ ଅସମ୍ମାନ କରି ଚାଲି ଯାଉଛନ୍ତି, ତାହାର ପ୍ରତିକାର ପାଇଁ ସନ୍ଥଶ୍ରୀ ଅଶାରାମଜି ବାପୁଙ୍କ ପ୍ରେରଣାରେ ପାଳିତ ହୋଇ ଆସୁଛି ଏହି ଦିବସ ।

Omkar Vasthu
Omkar Vasthu

ଏହି ଦିନ ମା ବାପାଙ୍କୁ ପୂଜନ କରିବା ତଥା ତାଙ୍କ ବୃଦ୍ଧବୃଦ୍ଧା ସମୟରେ ତାଙ୍କ ପାଖରେ ରହି ସେବା କରିବାର ସଂକଳ୍ପ ନେବା ଓ କୋଣସି ଖରାପ ପଥରେ ନଯାଇ ନିଜର ପରମ ଉଦେଶ୍ୟ ଲାଭ କରିବା। ନିଜ ପାଇଁ ଦେଶ ପାଇଁ ଭଲ କାମ କରିବା ପାଇଁ ତତ୍ପର ରହିବା ଆଦି ବିଷୟରେ ଶିର୍ଷାର୍ଥୀ ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ଥଶ୍ରୀ ଅଶାରାମଜୀ ଆଶ୍ରମର ବହୁ ସାଧକ ଉପସ୍ଥିତ ଥିଲେ।ପ୍ରଥମେ ଗୁରୁ ପୂଜନ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ଚନ୍ଦ୍ର ନାଏକଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.