ସାରାବଙ୍ଗ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ; ଏକ ମାସର ଚାଷୀ ଆନ୍ଦୋଳନ ପରେ ପଞ୍ଚାୟତ ଚଳଚଞ୍ଚଳ

ନୂଆପଡା,୧୪/୨: ଉପର ମୁଣ୍ଡ ପଞ୍ଚାୟତ ସାରାବଙ୍ଗର ସମସ୍ତ ଚାଷୀ ଓ ସାଧାରଣ ଜନତା ଗତ ଏକ ମାସ ଧରି ଅନ୍ୟ ୫ଟି ପଞ୍ଚାୟତ ସହ ମିଶି ପାଣି ପାଇଁ ଆନ୍ଦୋଳନ କରି ଆସୁଥିଲେ । ଯାହା ଫଳରେ ସାରାବଙ୍ଗ ସହିତ ଅନ୍ୟ ୫ ଟି ପଞ୍ଚାୟତ ପୁରା ପୁରି ଭାବେ ବନ୍ଦ ପାଳନ କରୁ ଥିଲେ, କିନ୍ତୁ ଗତ କିଛି ଦିନ ପୂର୍ବେ ପାଣି ଆନ୍ଦୋଳନ ସଫଳ ହୋଇ ଯିବାରୁ ପୁଣି ଥରେ ଏହି ପଞ୍ଚାୟତ ଗୁଡିକ ଚଳଚଞ୍ଚଳ ହୋଇ ପଡିଛି । ଆଜି ସାରାବଙ୍ଗ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

କାର୍ଯ୍ୟକ୍ରମରେ ସାରାବଙ୍ଗ ସରପଞ୍ଚ ଭାରତଲାଲ ରାଉତ, କାଯ୍ୟନିର୍ବାହି ଅଧିକାରୀ ଗିରିଧାରୀ ତାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ ସାରାବଙ୍ଗ ସମିତି ସଭ୍ୟ ଟିକେଶ୍ୱର ଯାଦବ, ଆଇସିଡିଏସ ସୁପରଭାଇଜର ବାସନ୍ତି ପୃଷ୍ଟି, ସ୍ଥାନୀୟ ଡ଼ୁମେରପାନି ପଞ୍ଚାୟତ ର କାଯ୍ୟ ନିର୍ବାହୀ ଅଧିକାରୀ ମେରେ ଲାଲ ତାଣ୍ଡି, ସ୍ୱାସ୍ଥ୍ୟ କର୍ମୀ ସୁଭାଷିନୀ ପାତ୍ର, ସ୍ଥାନୀୟ ପଞ୍ଚମପୁରସେବାଶ୍ରମ ର ଶିକ୍ଷକ ଆଶିଷ କୁମାର ପାଣିଗ୍ରାହୀ, ଏଗ୍ରୀକଲଚର ଗ୍ରାମ ସେବକ ଶିବ ପ୍ରସାଦ ରଥ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ ।

କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସମର୍ପଣ କରି ପୂଜାର୍ଚନା କରା ଯାଇଥିଲା । ପରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ବି.ପି.ଏଲ ଓ ଏ.ପି.ଏଲ କାର୍ଡ ପ୍ରାପ୍ତ ପରିବାରକୁ ମାଗଣା  ଏଲଇଡି ବଲବ ବଣ୍ଟା ଯାଇ ଥିଲା ।

ସ୍ଥାନୀୟ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ତିଆରି କରି ଥିବା ହଜାରେରୁ ଉର୍ଧ ପିଠା ବଣ୍ଟା ଯାଇଥିଲା । ଯେଉଁ ମାନେ ପୂର୍ବରୁ ୩୦୦ ଟଙ୍କା ଭତ୍ତା ପାଉଥିଲେ ସେମାନଙ୍କୁ ୫୦୦ ଓ ଯେଉଁ ମାନେ ୫୦୦ ଟଙ୍କା ପାଉ ଥିଲେ ସେମାନେ ୭୦୦ ଟଙ୍କା ଭତ୍ତା ପାଇଁ ଖୁସିବ୍ୟକ୍ତ କରିଥିଲେ । ସାରାବଙ୍ଗ ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ଏହି କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.