ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବ, ନିମ୍ନମାନର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପିଳିକିଆ ଗ୍ରାମରେ ଏକ ବସୁଧା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ଅଛି। ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ନିର୍ମାଣ କାର୍ଯ୍ୟ ଚାଲୁଥିଲେ ହେଁ ସୂଚନା ଫଳ ଲାଗି ନାହିଁ। ଗ୍ରାମବାସୀ ନିର୍ମାଣର ବ୍ୟୟ ଅଟକଳ ଓ କାର୍ଯ୍ୟ ଆରମ୍ଭ ବିଷୟରେ ଜାଣି ପାରୁ ନାହାନ୍ତି।ପ୍ରକଳ୍ପ ନିମ୍ନମାନରେ ନିର୍ମାଣ ହେଉ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପିଳିକିଆ, ମହିଭର, ବାଲିଛଡା, ଗାଙ୍ଗପୁର ଗ୍ରାମକୁ ଜଳ ଯୋଗାଣ କରାଯିବାର ବ୍ୟବସ୍ଥା ରହିଛି। ତେଣୁ ପ୍ରକଳ୍ପ କାର୍ଯ୍ୟକୁ ସଠିକ ଢଙ୍ଗରେ ନିର୍ମାଣ କରାଯାଇ, ଯଥାଶୀଘ୍ର ନିର୍ଭରଶୀଳ ଲୋକଙ୍କୁ ଜଳ ଯୋଗାଣ କରାଯିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.