BREAKING: ବାଇକ୍ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମେଡିକାଲ ଯିବା ବାଟରେ ମୃତ୍ୟୁ, ବାଇକ୍ ଚାଳକ ଗୁରୁତର

କୋକସରା: (ହିରଣ୍ୟ ବେହେରା): ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ ଭାଳିଆଯୋର ନିକଟରେ ଆଜି ସକାଳେ ଏକ ବାଇକ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା। ଫଳରେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିବା ବେଳେ ଆମପାଣି ପୋଲିସ ଦୁଇ ଗୁରୁତରଙ୍କୁ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଭାଳିଆଯୋର ଗାଁର ବୃଦ୍ଧ ବିରଞ୍ଚି ନାଏକ(୬୦)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ସମୟରେ ଅଧାବାଟ ଜୁନାଗଡ ନିକଟରେରେ ତାଙ୍କ ମୃତ୍ୟୁ ହୋଇଛି।

ଜୁନାଗଡ଼ ହସ୍ପିଟାଲରେ ତାଙ୍କ ମୃତ ଦେହ ଥିବାବେଳେ ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଆମପାଣି ପୋଲିସ ସୁଚନା ଦେଇଛି। ଅନ୍ୟପଟେ ବାଇକ ଚାଳକ ଦେବୀ ସିଂ ଧାରୁଆ କୋକସରା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆମପାଣି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଥିବା ନେଇ ଏଏସଆଇ ରାମଶଙ୍କର ବାଗ ସୁଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.