ଶିବ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭାଟିପଡାଠାରେ ଛତା ବଣ୍ଟନ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ଶିବ ପଟ୍ଟନାୟକଙ୍କ ନାମରେ ନାମିତ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଗୋଲାମୁଣ୍ଡା ବ୍ଲକର ଭାଟିପଡାଠାରେ ନିରିହ ଲୋକଙ୍କୁ ଛତା ବଣ୍ଟନ କରାଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ସୁପୁତ୍ର ବରିଷ୍ଠ ଯୁବ କଂଗ୍ରେସ ନେତା ସାଗର ପଟ୍ଟନାୟକ ଉପସ୍ଥିତ ରହି ୫୦ ଜଣ ଲୋକଙ୍କୁ ଛତା ବଣ୍ଟନ କରିଥିଲେ । ଉକ୍ତ ସମୟରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ତ୍ରିଲୋଚନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଅକ୍ରୁର ନାଏକ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ଧର୍ମେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଉକ୍ତ ଟ୍ରଷ୍ଟ ତରଫରୁ ଜିଲ୍ଲାର କୋଣ ଅନୁକୋଣ ବୁଲି ଅସହାୟ ଲୋକଙ୍କୁ ସାହାର୍ଯ୍ୟ ପ୍ରଦାନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.