ନର୍ଲାରେ ଆଜିଠୁ ପୁଣି ଆରମ୍ଭ ହେଲା ଫ୍ୟାମିଲି ପ୍ଲାନିଂ ଅପରେସନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆମେ ଦୁଇ ଆମର ଦୁଇ ଶ୍ଲୋଗାନ ଦେଇ ସରକାର ପରିବାର କଲ୍ୟାଣ ନିୟୋଜନ ଯୋଜନା କାର୍ଯ୍ୟକ୍ରମରେ ମହିଳା ଓ ପୁରଷଙ୍କୁ ଅପରେସନ ମାଧ୍ୟମରେ ବନ୍ଧ୍ୟାକରଣ କରାଉଥିବା ବେଳେ ନର୍ଲାରେ ଗତ ୧୦ ବର୍ଷରୁ ପ୍ରତି ସପ୍ତାହରେ ଏହି କାର୍ଯ୍ୟକ୍ରମ ଚାଲି ଆସୁଥିଲା । କୋଭିଡ-୧୯ ଆରମ୍ଭ ହୋଇଯିବା ପରେ ଏହା ୨୦୨୦ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଥିଲା । ନର୍ଲାରେ ଆଗରୁ ଡା. ପବିତ୍ର ମୋହନ ମଲ୍ଲିକ ସର୍ଜନ ଭାବରେ ଏହି ପରିବାର ନିୟୋଜନ କାର୍ଯ୍ୟକ୍ରମ ଯୋଜନାରେ ଅପରେସନ କରିଆସୁଥିଲେ । ସେ ଭବାନୀପାଟଣା ଚାଲିଯିବା ପରେ ବର୍ତ୍ତମାନ ନର୍ଲାରେ ଗାଇନିକ୍ ସ୍ପେସିଆଲିଷ୍ଟ ଡାକ୍ତର ଓ ସର୍ଜନଙ୍କ ଅଭାବ । ଏଇଠି ପ୍ରସୂତୀ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଇଏନଟି, ଦନ୍ତ ଚିକିତ୍ସକ, ଶଲ୍ୟ ଚିକିତ୍ସକ ନଥିବା ବେଳେ ସାଧା ଏମ୍ବିବିଏସ୍ ନବ ନିଯୁକ୍ତି ଡାକ୍ତରଙ୍କୁ ନେଇ ଚାଲିଛି ନର୍ଲା ଡାକ୍ତରଖାନା । ଗତ ୨୦୧୮ ରୁ ଫ୍ୟାମିଲି ପ୍ଲାନିଂ ଅପରେସନ ପାଇଁ କେସିଙ୍ଗାରୁ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତି ସପ୍ତାହରେ ଡାକ୍ତର ଆସୁଥିଲେ । ମହିଳା ବନ୍ଧ୍ୟା କରଣ କାର୍ଯ୍ୟକ୍ରମ ନର୍ଲାରେ କୋଭିଡ ସମୟ ୨୦୨୦ ରୁ ବନ୍ଦ ହୋଇଯାଇଥିଲା । ଆଜିଠୁଁ ପୁଣି ଆରମ୍ଭ ହେଲା ମହିଲା ବନ୍ଧ୍ୟାକରଣରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ।


ଆଜି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଜଣ ମହିଳା ବନ୍ଧ୍ୟାକରଣ ନିମନ୍ତେ ନାମ ରେଜିଷ୍ଟ୍ରେସନ କରିଥିବା ସୂଚନା ମିଳିଛି । ବନ୍ଧ୍ୟାକରଣ ସହିତ କୋଭିଡ ଟିକାକରଣର ଦ୍ୱିତୀୟ ଡୋଜ୍ ଭେକସିନ ଦିଆଯାଉଥିବାରୁ ନର୍ଲା ଡାକ୍ତରଖାନାରେ ଆଜି ପ୍ରବଳ ଜନ ଗହଳି ପରିଲକ୍ଷିତ ହୋଇଥିଲା । ଭବାନୀପାଟଣା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରୁ ପ୍ରସୂତୀ ବିଶେଷଜ୍ଞ ଡା. ମିନତୀ ପଧାନ ଆଜି ନର୍ଲାରେ ଉପସ୍ଥିତ ରହି ଫ୍ୟାମିଲି ପ୍ଲାନିଙ୍ଗ ଅପରେସନ କରୁଥିବା ଜଣାପଡିଛି । ଆଜି ମହିଳା ବନ୍ଧ୍ୟା କରଣ ପାଇଁ ୩୦ ଜଣ ମହିଳା ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଖବର ନେବା ପର୍ଯ୍ୟନ୍ତ ୧୭ ଜଣଙ୍କ ଅପରେସନ ସରିଯାଇଥିଲା । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସନତ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଡା. କିଶୋର ଚନ୍ଦ୍ର ସାହୁ, ନର୍ଲା ପିଏଚ୍ଇଓ ବିମଳ ଚନ୍ଦ୍ର ଦୀପ୍, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ର ସାହୁ ଏବଂ ନର୍ଲା ଡାକ୍ତଖାନାର ଅନ୍ୟାନ୍ୟ କର୍ମଚାରୀ ଏହି ଫ୍ୟାମିଲି ପ୍ଲାନିଂ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ବେଳେ ନର୍ଲା ବ୍ଲକ୍ ପ୍ରୋଗ୍ରାମ ଅଫିସର ସବୀର ପଧାନ କାର୍ଯ୍ୟକ୍ରମଟିକୁ ପରିଚାଳନା କରୁଥିବା ଜଣାପଡିଛି ।


ଅଞ୍ଚଳବାସୀଙ୍କୁ ଶୃଙ୍ଖଳିତ ଭାବରେ କିଭଳି ସମସ୍ତ ସେବା ଯୋଗାଇ ଦିଆଯାଇ ପାରିବ । ଅଧିକରୁ ଅଧିକ ଲୋକେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ଉପକୃତ ହୋଇପାରିବେ ସେଥିପ୍ରତି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବରେ ମୁଁ ସବୁବେଳେ ଚେଷ୍ଟିତ ରହି ଆସୁଛି । ଏବଂ ଆମ ଡାକ୍ତରଖାନାର ସମସ୍ତ କର୍ମଚାରୀ ମାନେ ମଧ୍ୟ ସବୁ ବେଳେ ସବୁ ସମୟରେ ଏଥିପ୍ରତି ଯତ୍ନବାନ ଓ ତତ୍ପର ରହୁଛନ୍ତି ବୋଲି ନର୍ଲା ଡାକ୍ତରଖାନା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ଶତପଥି ମତବ୍ୟକ୍ତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.