କଳାହାଣ୍ଡି,(ଲିଙ୍ଗରାଜ ମିଶ୍ର) : କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିନସ୍ଥ ଭବାନୀପାଟଣା ରେଞ୍ଜ ର ଶାନ୍ତପୁର ସେକ୍ସନ ବୁରାଟ ବିଟ ସରିଆଁ ପଞ୍ଚାୟତର ଟୋଲବ୍ରାହ୍ମଣୀ ଗ୍ରାମ ନିକଟସ୍ଥ ମାଦାଖୋଲା’ ସୁରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ୯ ଫୁଟ ଲମ୍ବ ଏବଂ ୮ କେଜି ୪୪୦ ଗ୍ରାମର ଅଜଗର ସାପ ଜଙ୍ଗଲ ପଟୁ ଚାଷଜମି ଆଡକୁ ଆସୁଥିବା ସମୟରେ ଉକ୍ତ ଗ୍ରାମ ର ଲମ୍ବୋଧର ନାମକ ଜଣେ ବ୍ୟକ୍ତି ଅଜଗର ସାପକୁ ଦେଖି ବନବିଭାଗ କର୍ମଚାରୀଙ୍କୁ ଖବର କରିଥିଲେ। ବନବିଭାଗ କର୍ମଚାରୀ ଶ୍ରୀ ଭାବନୀ ଶଙ୍କର ପରିଛା ଘଟଣା ସ୍ଥଳରେ ଓ ସାପ ଧରିବା ସଦସ୍ୟ ଶ୍ରୀ ନିଖିଳ ସାହୁଙ୍କ ସହିତ ଉକ୍ତ ଅଜଗର ସାପଟିକୁ ଉଦ୍ଧାର କରିଛନ୍ତି ଓ ଉକ୍ତ ସାପଟିକୁ ନିକଟସ୍ଥ କାର୍ଲପାଟ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯାଇଥିବାର ବନବିଭାଗ ତରଫରୁ ସୂଚନା ମିଳିଛି । ଏହି ଅଜଗର ସାପର ଉଦ୍ଧାର କାର୍ଯ୍ୟରେ ବନବିଭାଗର କର୍ମଚାରୀ ରାମେଶ୍ୱର ଭୋଇ, ଟୋଲବ୍ରାମହଣୀର ମନୋଜ ଭୋଇ ତଥା ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ମିଲନ କୁମାର ଭୋଇ ତଥା ଅନୁଷ୍ଠାନର ସଦସ୍ୟ ମାନେ ସହଯୋଗ କରିଥିଲେ ।