ସିବିଏସଇ ପରୀକ୍ଷାରେ ପ୍ରଗତି ଶିକ୍ଷାନୁଷ୍ଠାନର ରେକର୍ଡ ସଫଳତା

● ଦ୍ୱାଦଶ ବିଜ୍ଞାନରେ ସ୍ୱୟଂପ୍ରଭା ରଥ ଜିଲ୍ଲା ଟପ୍ପର

● ଦଶମ ଶ୍ରେଣୀରେ ଗୌତମୀ ଅଗ୍ରୱାଲ ସ୍କୁଲ ଟପ୍ପର

ଭବାନୀପାଟଣା: ଭବାନୀପାଟଣା ସହର ସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନ ଚଳିତ ବର୍ଷ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳାଫଳରେ  ରେକର୍ଡ ସଫଳତା ହାସଲ କରିଛି। ଏଥିରେ ଦ୍ୱାଦଶ ବିଜ୍ଞାନରେ ସ୍ୱୟଂପ୍ରଭା ରଥ ୯୭.୪% ପ୍ରତିଶତ ନମ୍ବର ରଖି କଳାହାଣ୍ଡି  ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେହିପରି ରାହାତ ଖମାରୀ ୯୬.୮ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସାହିଲ ପଣ୍ଡା ୯୫ ପ୍ରତିଶତ ନମ୍ୱର ରଖି କୃତକାର୍ଯ୍ୟ ହୋଇଛନ୍ତି।  ଦ୍ୱାଦଶ ବିଜ୍ଞାନରେ ପ୍ରଗତି ଶିକ୍ଷାନୁଷ୍ଠାନର ଫଳାଫଳ ଶତ ପ୍ରତିଶତ ଥିବା ବେଳେ ୨୪ ଜଣ ଛାତ୍ରଛାତ୍ରୀ ୯୦ ଶତକଡାରୁ ଉର୍ଦ୍ଧ୍ବ, ୩୮ ଜଣ ଛାତ୍ରଛାତ୍ରୀ  ୮୦ ଶତକଡ଼ାରୁ ଉର୍ଦ୍ଧ୍ବ ଏବଂ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ  ଉତ୍ତୀର୍ଣ୍ଣ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗୌତମୀ ଅଗ୍ରୱାଲ ୯୭ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ସେହିପରି ଆଫ୍ରିନ ଫାତିମା ୯୫.୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଡି. ନିହାରିକା ପାତ୍ର ୯୪ ପ୍ରତିଶତ ନମ୍ବର ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଦଶମ ଶ୍ରେଣୀରେ ମୋଟ ୪୮ ଜଣ ଛାତ୍ରଛାତ୍ରୀ ମଧ୍ୟରୁ  ୧୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏହି ଅବସରରେ ପ୍ରଗତି ଅନୁଷ୍ଠାନର ଚେୟାରମ୍ୟାନ ସୁଶ୍ରୀ ସଂଗୀତା ପଣ୍ଡା ଓ ସମ୍ପାଦକ ଅଜୟ କୁମାର ପଣ୍ଡା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଅଭିଭାବିକାଙ୍କୁ କୃତଜ୍ଞତା ଜଣେଇବା ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ମଙ୍ଗଳକାମନା କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.