ନର୍ଲାରେ ପାନୀୟ ଜଳ ଯୋଗାଣ ପ୍ରସଙ୍ଗ: ୧୫ ଦିନ ପରେ ଆଜି ଚାଲିଲା ପାଣି

● ସ୍ଥାୟୀ ସମାଧାନ ପାଇଁ ଦାବୀ

କଳାହାଣ୍ଡି, ( ଲିଙ୍ଗରାଜ ମିଶ୍ର ) : ନର୍ଲରେ ଗତ ଜୁଲାଇ ୨୦ ରୁ ପାନୀୟ ଜଳ ଯୋଗାଣ ଠପ୍ ହୋଇ ପଡିଥିଲା । ମରାମତି ପରେ ଆଜି ଚାଲିଲା ପାନୀୟ ଜଳ ଯୋଗାଣ । ଏହା ପୁଣି କେତେଦିନ ଧରି ଠିକ ବାବରେ ଚାଲିବ ତାହା କହିବା ମୁସ୍କିଲ । ପାନୀୟ ଜଳ ପାଇଁ ଜନ ସାଧାରଣ ବାରମ୍ବାର ଆର୍ତ୍ତ ଚିତ୍କାର କଲେ ମଧ୍ୟ ପ୍ରଶାସନ ସ୍ଥାଣୁ ପାଲଟିଯାଇଥିବା ପ୍ରତୀୟମାନ ହେଉଛି । କେବଳ ନର୍ଲା କାହିଁକି ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ରୁପ୍ରାରୋଡ, ଲାଖଗୁଡା, ତୁଳାପଡା, ବାଲିପଡା, ଭାନପୁର ସମେତ ସାନ୍ଦୁଲ ନଇ ପାଶ୍ୱବର୍ତ୍ତୀ ଗାଁ ଗୁଡିକ ରେ ଅନୀୟମିତତା ଭାବରେ ଚାଲିଛି ଆରଡବ୍ଲୁ ଏସ୍ଏସ୍ ର ପାନୀୟ ଜଳ ଯୋଗାଣ । କେତେବେଳେ ମାଟିତଳେ ପୋତା ଯାଇଥିବା ପାଇପ ଫାଟି ଦିନ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହୁଛି ତ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ରହୁଛି । ଆଉ ବର୍ଷା ଦିନେ ତ ନଈରେ ଗୋଳିଆ ପାଣି ଆସୁଥିବାରୁ ତାହା ପାନୀୟ ନିମନ୍ତେ ଉପଯୁକ୍ତ ନୁହେଁ କହି ଜଳ ଯୋଗାଣ ବନ୍ଦ ରହୁଛି । ମାର୍ଚ୍ଚରୁ ମଇ ମାସ ମଧ୍ୟରେ ୫ ଥର ତିନି ଦିନ ଓ ଚାରି ଦିନ ଲେଖାଏଁ ବନ୍ଦ ହୋଇ ପଡିଲା ପାନୀୟ ଜଳ ଯୋଗାଣ । କାରଣ ଗୁଡିକ ରହିଥିଲା ମାଟିତଳେ ବିଛା ହୋଇଥିବା ପାଇପ୍ ଫାଟିଲା, ବିଦ୍ୟୁତ ବିଭ୍ରାଟ ସମସ୍ୟା, ଟ୍ରାନସ୍ଫରମର ପୋଡି, ସର୍କିଟ ବୋର୍ଡରେ ସମସ୍ୟା ଇତ୍ୟାଦି ଇତ୍ୟାଦି । ଅଞ୍ଚଳବାସୀ ପାନୀୟ ଜଳପାଇଁ ବହୁତ କଷ୍ଟ ପାଉଥିବା ଦେଖିବାକୁ ମିଳିଛି । ଏବେ ଆଉ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମେଣ୍ଟେନାନ୍ସ ଦାଇତ୍ୱ ବୁଝୁନି । ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରହିଥିବା ଜଳ ଯୋଗାଣ ପାଇଁ ଆରଡବ୍ଲୁଏସ୍ଏସ୍ ବିଭାଗରୁ ଦାଇତ୍ୱ ହସ୍ତାନ୍ତର ହେଲା ଗ୍ରାମ ପଞ୍ଚାୟତ ଅଫିସ୍ ଗୁଡିକୁ । ମରାମତି ଓ ନୂଆକାମ କରିବେ ଆରଡବ୍ଲୁଏସ୍ଏସ୍ ଷ୍ଟାଫ୍ ଏବଂ ଖର୍ଚ୍ଚ ବୁଝିବ ଗ୍ରାମ ପଞ୍ଚାୟତ । ଏମିତିରେ ସମନ୍ୱୟ ରକ୍ଷା ହୋଇପାରୁନି ନାହିଁ ଗ୍ରାମପଞ୍ଚାୟତ ଓ ଆରଡବ୍ଲୁଏସ୍ଏସ୍ ଷ୍ଟାଫ ମଧ୍ୟରେ । ଛୋଟିଆ ଛୋଟିଆ କାମପାଇଁ ୫ ରୁ ୬ ଦିନ ଲାଗି ଯାଉଥିବା ଦେଖିବାକୁ ମିଳୁଛି । ଲୋକେ ପାନୀୟ ଜଳ ନିମନ୍ତେ ହଇରାଣ ହେବା ସାର ହେଉଛି । ନର୍ଲା, ନର୍ଲାରୋଡ, ସର୍ଗିଗୁଡା, ଡିଗିରାପଡା ଓ ବେହେରାପାଟି ଗ୍ରାମକୁ ସର୍ଗିଗୁଡା ସାନ୍ଦୁଲ ନଦୀ ଶଯ୍ୟାରେ ଇନଟେକ ୱେଲ ଖୋଳି ଜଳ ଯୋଗାଣ ଚାଲିଛି । ଏହା ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି । ଏବେ ସର୍ଗିଗୁଡା ସାନ୍ଦୁଲ ନଦୀ ନିକଟରେ ରହିଥିବା ନୂତନ ବଜାର ଗୃହ ପାଶ୍ୱର୍ରେ ନୂତନ କୂଅ ଓ ଡିଗିରାପଡା ଅଙ୍ଗନୱାଡି ପାଶ୍ୱର୍ରେ ନୂତନ ଓଭରହେଡ ଟ୍ୟାଙ୍କ କାମ ଚାଲିଥିବା ବେଳେ ଦୀର୍ଘ ୨୦ ବର୍ଷ ତଳେ ନର୍ଲା, ସର୍ଗିଗୁଡା ଓ ନର୍ଲାରୋଡ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ନିମନ୍ତେ ମାଟିତଳେ ପାଇପ ପକାଯାଇଥିଲା । ଦୀର୍ଘ ବର୍ଷ ଧରି ପତଳା ଫାଇବର ନିମ୍ନ ମାନର ପାଇପ ଯୋଗୁଁ ବାରମ୍ବାର ପାଇପ ଫାଟି ସବୁବେଳେ ପାନୀୟ ଜଳ ଯୋଗାଣ ରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିବା ଦୃଶ୍ୟମାନ ହେଉଛି । ଏବେ ଅବଶ୍ୟ ନୂଆ ଭାବରେ ନର୍ଲା, ନର୍ଲାରୋଡ ସର୍ଗିଗୁଡା ଓ ଡିଗିରାପଡାକୁ ପାନୀୟ ଜଳ ଯୋଗାଣ ନିମନ୍ତେ ମାଟିତଳେ ନୂତନ ଜିଆଇ ପାଇପ ପକାଯାଇ କାମ ଚାଲିଥିବା ଜଣାପଡିଛି । ଭବାନୀପାଟଣାର ଜନୈକ ଠିକାଦାର ଟେଣ୍ଡର ରେ କାମ କରୁଥିବା ବେଳେ ଆଗକୁ ପାନୀୟ ଜଳ ସମସ୍ୟା ଦୂରୀକରଣ ହୋଇ ପାରିବ ବୋଲି ବିଭାଗ କହୁଛି ।

Omkar Vasthu
Omkar Vasthu

ଗତ ୧୦ ବର୍ଷ ହୋଇ ଗଲାଣି ଗ୍ରାମ ପଞ୍ଚାୟତ ଗୁଡିକୁ ଗ୍ରାମ୍ୟ ଜଳ ଯୋଗାଣ ନିମନ୍ତେ ଦାଇତ୍ୱ ହସ୍ତାନ୍ତର ହୋଇସାରିଛି । ହେଲେ ନୀରବଛିନ୍ନ ପାନୀୟ ଜଳ ଯୋଗାଣ ନିମନ୍ତେ ସରପଞ୍ଚ ମାନେ ଧାଁ ଧୌଡ କଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ଗ୍ରାମ ପଞ୍ଚାୟତ ଗୁଡିକ କାମ କରିବା ପାଇଁ ଟଙ୍କା ପ୍ରଦାନ କରିବାରେ ଟାଳଟୁଳ ନୀତି ଯୋଗୁଁ ନୀରବ ଛିନ୍ନ ଭାବରେ ପାନୀୟ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଏସିଏମ୍ ମାନେ ଅଭିଯୋଗ କରୁଥିବା ବେଳେ ସରପଞ୍ଚ ମାନେ କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରି ଏହା ଭିତ୍ତିହୀନ ବୋଲି କହିଛନ୍ତି । ହେଲେ ସେ ଯାହା ବି ହେଉ ନର୍ଲାରେ ନୀରବଛିନ୍ନ ଭାବରେ ପାନୀୟ ଜଳ ଯୋଗାଣରେ ସବୁବେଳେ ସମସ୍ୟା ଦେଖା ଦେଉଛି । ଏବଂ ଏହାର ସ୍ଥାୟୀ ସମାଧାନ ନିମନ୍ତେ ନର୍ଲା ଅଞ୍ଚଳବାସୀ ଜନସାଧାରଣ ଦାବୀ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.