ପୌରାଣିକ ସମୀକ୍ଷା ପରିଷଦ ପକ୍ଷରୁ ତ୍ରିନାଥ ପଟ୍ଟନାୟକଙ୍କ ଦ୍ୱାରା ମହାଭାରତ ଆଧାରିତ ପ୍ରଶ୍ନ ଉତ୍ତର ସମୀକ୍ଷା କାର୍ଯ୍ୟକ୍ରମ

ଅନୁଗୋଳ: ଅନୁଗୋଳର ପ୍ରତିଷ୍ଠିତ ପୌରାଣିକ ପରିଷଦ ପକ୍ଷରୁ ସମୀକ୍ଷକ ଭୂମିକାରେ ତ୍ରିନାଥ ପଟ୍ଟନାୟକଙ୍କ ତରଫରୁ ମହାଭାରତ ଆଧାରିତ ବିଷୟ ପ୍ରସଙ୍ଗ ଅର୍ଜ୍ଜୁନ ଦାନବୀର ଆଖ୍ୟା ପାଇଲେ ନାହିଁ କାହିଁକି ଏକ ସମୀକ୍ଷା ପର୍ବ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମୀକ୍ଷା ପର୍ବରେ ପୌରାଣିକ ପରିଷଦର ସଦସ୍ୟ ଗଣ ଉପସ୍ଥିତ ରହି ପ୍ରସଙ୍ଗ ଆଧାରିତ ନିଜ ନିଜ ଉପସ୍ଥାପନା ପ୍ରଦାନ କରିଥିଲେ। ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ କଥାକୁ ମାନି ଯେଉଁ ଦାନବୀରର ପରୀକ୍ଷା ଦେଇଅଛନ୍ତି ଏବଂ ଏଥିରେ ସଫଳ ନ ହୋଇପାରିବା ଏବଂ ପରିଶେଷରେ କର୍ଣ୍ଣ ପରୀକ୍ଷାରେ ସଫଳ ପଦବାଚ୍ୟ ହେବା ଏବଂ ଦାନବୀରର ଆଖ୍ୟା ପାଇବା ଉକ୍ତ ସିଦ୍ଧାନ୍ତରୁ ଉପନୀତ ଯେ, ଆମ ମଣିଷକୁ ମଧ୍ୟ କୌଣସି ଆଶା ନ ରଖି ବିନା ସ୍ୱାର୍ଥରେ କାର୍ଯ୍ୟ କରିବାକୁ ପଡିବ ତା ହେଲେ ଆମେ ଦିନେ ନା ଦିନେ ଏକ ପ୍ରଶଂସାର ପାତ୍ର ହୋଇପାରିବା ଏବଂ ଏକ ଦାନବୀରର ଆଖ୍ୟା ମଧ୍ୟ ପାଇବା ଏଥିରେ ଦ୍ବିମତ ନାହିଁ ବୋଲି ସମୀକ୍ଷକ ତ୍ରିନାଥ ପଟ୍ଟନାୟକ ନିଜ ମତ ପୋଷଣ କରିଥିଲେ।

Omkar Vasthu
Omkar Vasthu


ଏହି ସମୀକ୍ଷା ପର୍ବରେ ଭାଗ ନେଇଥିବା ପରିଷଦର ସଦସ୍ୟଙ୍କ ମଧ୍ୟରେ ଅନୁଗୋଳରୁ ଧରଣୀଧର ଖିଲାର, ବବୁନ୍ ବେହେରା, ଶାନ୍ତିଲତା ରଥ, ସୀଲୁ ରାଉତ, ପଦ୍ମାବତୀ ମିଶ୍ର, ଗୌତମ ନାୟକ, ଦୀପକ ସାହୁ, ତ୍ରିନାଥ ଗଡ଼ନାୟକ, ପାଲଲହଡାରୁ ସୂର୍ଯ୍ୟ ଚୌଧୁରୀ, ତାଳଚେରରୁ ଲିଲି ପ୍ରଧାନ, ଟୁନା ବେହେରା, ସରୋଜିନୀ ହୋତା, କଟକରୁ ବସନ୍ତ ମିଶ୍ର, ଭୁବନେଶ୍ୱରରୁ ଗଗନ ନାୟକ, ବଇଣ୍ଡାରୁ ମଞ୍ଜୁଶ୍ରୀ ପ୍ରଧାନ, ପରଜଙ୍ଗରୁ ପୂର୍ଣ୍ଣ ବେହେରା, ହିନ୍ଦୋଳ ରୁ ଦୁଖବନ୍ଧୁ ନାୟକ, ବାଲେଶ୍ୱରରୁ ଦୁର୍ଯ୍ୟୋଧନ ବାରିକ, କେନ୍ଦୁଝରରୁ ବାୟକ ଦୁଷ୍ମନ୍ତ ନାୟକ, ଭଦ୍ରକରୁ ପଣ୍ଡିତ ଅକ୍ଷୟ ମହାରାଜ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ପ୍ରସଙ୍ଗ ଆଧାରିତ ମତ ରଖିଥିଲେ। ପରିଶେଷରେ ସମୀକ୍ଷା ପର୍ବରେ ଦାୟିତ୍ୱ ଗ୍ରହଣ କରିଥିବା ତ୍ରିନାଥ ପଟ୍ଟନାୟକଙ୍କ ସମେତ ଅଂଶ ଗ୍ରହଣକାରୀ ସଭ୍ୟ ସଭ୍ୟା ମାନଙ୍କୁ ପରିଷଦର ସମ୍ପାଦକ ରଞ୍ଜନ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.