● ଡ୍ରେନ ବ୍ୟବସ୍ଥା ନ ଥିବାରୁ ଡେଙ୍ଗୁ, ମ୍ୟାଲେରିଆ ରୋଗ ବ୍ୟାପିବା ଆଶଙ୍କା
ରାୟଗଡ, (ଶିବ ନାରାୟଣ ଗୈାଡ) : ରାୟଗଡ ସହରର ରୟତ କଲୋନୀର ଷଷ୍ଠରୁ ନବମ ପର୍ଯ୍ୟନ୍ତ ୪ଟି ସାହିରେ ବିପର୍ଯ୍ୟସ୍ତ ହୋଇପଡିଛି ପରିମଳ ବ୍ୟବସ୍ଥା । ଏହି ସାହିଗୁଡିକରେ ରହୁଥିବା ବାସିନ୍ଦାମାନେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପରିତାପର ବିଷୟ ଏହି ୪ଟି ଗଳିରେ ପରିମଳ ବ୍ୟବସ୍ଥା ତଥା ଏଠାରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦେଖାଦେଇଛି ଏକ ବଡ ସମସ୍ୟା । ଉକ୍ତ ଅଂଚଳରେ ନାଳନର୍ଦ୍ଦମା ପାଣି ନିଷ୍କାସନର କୈାଣସି ବ୍ୟବସ୍ଥା ନ ଥିବା ବେଳେ ଏହି ସମସ୍ୟାର ସମାଧାନ ପରିବର୍ତେ ଚୁପ ରହିଛି ପୈାରପାଳିକା ଏବଂ ବ୍ଳକ ପ୍ରଶାସନ । ଫଳରେ ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ପ୍ରବାହିତ ହେଉଛି । ପୈାରପାଳିକା ଅଧିନରେ ରୟତ କଲୋନୀର ତୃତୀୟ ଗଳି ପର୍ଯ୍ୟନ୍ତ ମୈାଜା ରହୁଥିବା ବେଳେ ଚତୁର୍ଥ ଗଳିରୁ ନେଇ ବଳକା ଗଳିଗୁଡିକ ହାଲୁଆ ପଂଚାୟତର ବାରିଝୋଲା ମୈାଜା ଅଧିନରେ ରହୁଛି । ତେବେ ପୈାରପାଳିକା ତରଫରୁ ଏହି ଅଂଚଳରେ ସାହିବାସିନ୍ଦାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସଫେଇ କାର୍ଯ୍ୟ ପ୍ରତି ଦଶ /୧୨ଦିନକୁ ଥରେ ହେଉଥିବା ନେଇ ଜଣାପଡିଛି । ତେବେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ରୟତ କଲୋନୀ ମୁଖ୍ୟ ରାସ୍ତା କଡରେ ଥିବା ଅଷ୍ଟମ ଓ ନବମ ସାହିର ସାଇ ମାର୍ଗ ଛକରେ ନାଳନର୍ଦ୍ଦମାର ପାଣି ଜମା ହୋଇ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି । ଫଳରେ ଏଥିରୁ ମଶାଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇବା ସହ ଦୁର୍ଗନ୍ଧ ଓ ଅପରିଷ୍କାର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାରେ ଲାଗିଛି । ମଶା କାମୁଡିବା ଫଳରେ ବହୁ ଲୋକେ ଜ୍ୱରରେ ପୀଡିତ ହେଉଥିବା ନେଇ ସାହି ବାସିନ୍ଦାମାନେ ପ୍ରକାଶ କରିଛନ୍ତି । ଡ୍ରେନ ବ୍ୟବସ୍ଥା ସହ ରାସ୍ତାଘାଟ ନିର୍ମାଣ ପାଇଁ ପୈାର ପାଳିକା ଓ ପଂଚାୟତ ଅଧିକାରୀମାନଙ୍କ ପାଖେ ଲିଖିତ ଅଭିଯୋଗ ଓ ଦାବି କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେହି ହେଲେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ପୈାର ଓ ବ୍ଳକ ପ୍ରଶାସନର ସମସ୍ୟାରେ ଛନ୍ଦି ହୋଇପଡିଥିବା ସାହିବାସିନ୍ଦାମାନେ ଏବେ ଆଗାମୀ ଦିନରେ ହେବାକୁ ଥିବା ପୈାର ନିର୍ବାଚନରେ ଉଚିତ ଜବାବ୍ ଦେବେ ବୋଲି ପ୍ରକାଶ କରିଛନ୍ତି । ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ଅଧିକ ରହିଥିବାରୁ ଜିଲ୍ଳା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଜିଲ୍ଳା ସଦର ମହକୁମାରେ ଥିବା ରୟତ କଲୋନୀର ଏପରି ଅବ୍ୟବସ୍ଥା ପୈାରପାଳିକା ତଥା ବ୍ଳକ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ପଦାରେ ପକାଉଛି । ଅପରପକ୍ଷେ ଡ୍ରେନ ବ୍ୟବସ୍ଥା କରାଗଲେ ମଧ୍ୟ ଡ୍ରେନର ପାଣି ନିଷ୍କାସନ ପାଇଁ ତଳକୁ ସ୍ଥାନ ନ ଥିବାରୁ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ପୈାରପାଳିକା ପକ୍ଷରୁ ସୂଚନା ମିଳିଛି ।ସେହିପରି ହାଲୁଆ ଗ୍ରାମ ପଞ୍ଚାୟତ ସରପଂଚ ମାର୍ଧାରାଓ ବିଡିକାଙ୍କୁ ଏ ନେଇ ପଚାରିବାରୁ ବାରିଝୋଲା ମୈାଜାରେ ରୟତ କଲୋନୀର କିଛି ସାହିଗଳି ଅଧିନରେ ରହିଥିଲେ ସୁଦ୍ଧା ପୈାରପାଳିକା ତରଫରୁ ରାସ୍ତାଘାଟ, ବିଜୁଳି ସଂଯୋଗ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ପୂର୍ବରୁ ହୋଇ ଆସୁଛି ଏବଂ ଏଠାକାର ବାସିନ୍ଦାମାନେ ପୈାର ନିର୍ବାଚନରେ ଭୋଟର ଭାବେ ମତଦାନ କରୁଛନ୍ତି ତେଣୁ ପୈାରପାଳିକା ପକ୍ଷରୁ ଉକ୍ତ ଅଂଚଳରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ।