ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତରେ ଦିଶାହରା ମନରେଗା ଯୋଜନା

● ମଜୁରୀ ନ ମିଳିବାରୁ ବିଡ଼ିଓଙ୍କ ଦ୍ଵାରସ୍ଥ ହେଲେ ଶ୍ରମଜିବୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ରୋଡ ପଞ୍ଚାୟତରେ ବାଟ ହୁଡିଛି ମନରେଗା ଯୋଜନା।ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତର କାଞ୍ଚଲି ଗ୍ରାମର ୩୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଶ୍ରମିକ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ଵାରସ୍ଥ ହୋଇଛନ୍ତି। ମନରେଗା ଯୋଜନାରେ ମଜୁରି ନମିଳିବାରୁ ସେମାନେ ଲାଞ୍ଜିଗଡ଼ ବିଡ଼ିଓଙ୍କୁ ସାକ୍ଷାତ କରିଛନ୍ତି। ଜମି ମରାମତି ଓ ଗଛ ଲଗାଇବା ପାଇଁ କାମକରି ଦିର୍ଘ ଆଠ ମାସ ହୋଇ ଯାଇଥିଲେ ସୁଦ୍ଧା ତାଙ୍କ ଏକାଉଣ୍ଟ୍ରେ ଏଯାଏଁ ପଇସା ପଡୁନାହିଁ‌। ଦାଇତ୍ୱରେ ଥିବା ଜିଆରଏସ୍ ଆଜି ହେବ କାଲି ହେବ ବୋଲି କହୁଥିଲେ ମଧ୍ୟ ଶ୍ରମ୍ୟ ପ୍ରାପ୍ୟ ପାଉନାହାନ୍ତି ଶ୍ରମଜିବୀ। ସେଥିପାଇଁ ସେମାନେ ବିଡ଼ିଓଙ୍କୁ ସାକ୍ଷାତ କରିଥିବା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତର ବିଭିନ୍ନ ଗାଁରେ ମନରେଗା କାମ, ପଞ୍ଚାୟତ କତୃପକ୍ଷ କିଛି ଠିକାଦାରକୁ ଦେଇ କାମ କରାଉଥିବା ବେଳେ ଠିକାଦାର ହିତାଧିକାରୀଙ୍କ ଜମା ଖାତାରୁ ଟଙ୍କା ଉଠାଇ ହିତାଧିକାରୀ ପୁରା ମଜୁରୀ ନ ଦେଇ କମ୍ ମଜୁରୀ ଦେଉଥିବା ଶୁଣିବାକୁ ମିଲୁଛି। ଏନେଇ ବିଡିଓ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.