ଦିପକ ବାରିକ ଉତ୍କଳ ଯାଦବ ମହାସଭାର କୋରେଇ ବ୍ଲକ ଯୁବ ସଭାପତି ମନୋନୀତ

ଯାଜପୁର: ଉତ୍କଳ ଯାଦବ ମହାସଭା ଯାଜପୁରର କୋରେଇ ବ୍ଲକ ଯୁବ ସଭାପତି ଭାବେ ମନୋନୀତ ହୋଇଛନ୍ତି ଯୁବ ନେତୃତ୍ବ ଦିପକ କୁମାର ବାରିକ। ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ଇଂ. ପ୍ରଦୀପ ବେହେରାଙ୍କ ପରାମର୍ଶ କ୍ରମେ କୋରେଇ ବ୍ଲକ ଯୁବ ସଭାପତି ଭାବେ ଦିପକଙ୍କ ନାମ ଘୋଷଣା କରିଛନ୍ତି ଉତ୍କଳ ଯାଦବ ମହାସଭା ଯାଜପୁରର ଯୁବ ସଭାପତି ଯୋଗେନ୍ଦ୍ର ଦାସ। ଉତ୍କଳ ଯାଦବ ମହାସଭା ଯାଜପୁରର ସଭାପତି ଗଣେଶ୍ୱର ଦାସ, ସମ୍ପାଦକ ମୁକୁନ୍ଦ ପ୍ରସାଦ ଦାସ, ସଂଗଠନ ମୁଖ୍ୟ ଭରତ ଚନ୍ଦ୍ର ଦାସ, ଧର୍ମଶାଳା ବ୍ଲକ ସଭାପତି ମୁରଲୀ ପାଣ୍ଡବ, ଜିଲ୍ଲା ମହିଳା ସଭାପତି ପାର୍ବତୀ ବେହେରା, ସଂଗଠକ ଗଦାଧର ଦାସ, ବିଜୟ ପାଲ ଯାଦବ, ଅଭିମନ୍ୟୁ ବେହେରା ଆଦି ବହୁ ସଂଗଠକ କରୋଇ ବ୍ଲକ ଯୁବ ସଭାପତି ଭାବରେ ଦିପକ କୁମାର ବାରିକଙ୍କୁ ମନୋନୀତ କରିଥିବା ଜଣାପଡିଛି। ଶ୍ରୀ ବାରିକଙ୍କୁ  ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯାଦବମାନେ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.